Home କେନ୍ଦ୍ରାପଡ଼ା କପାଳେଶ୍ୱର ପଂଚାୟତରେ କରୋନା ଫେରନ୍ତାକୁ ନେଇ ପ୍ରସ୍ତୁତି ବୈଠକ

କପାଳେଶ୍ୱର ପଂଚାୟତରେ କରୋନା ଫେରନ୍ତାକୁ ନେଇ ପ୍ରସ୍ତୁତି ବୈଠକ

51

କେନ୍ଦ୍ରାପଡା ୪/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗାୟତ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ କରୋନା ଫେରନ୍ତାଙ୍କୁ ନେଇ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାହାରୁ ପଂଚାୟତକୁ ଆସିବା ନିମନ୍ତେ ପଞ୍ଜିକରଣ କରିଥିବା ଲୋକମାନଙ୍କୁ କିଭଳି ପଂଚାୟତ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କ୍ୱାରେଂଟାଇନ କେନ୍ଦ୍ରରେ ରଖାଯିବ ଓ ସରକାରୀ ନିର୍ଦେଶ ଅନୁଯାଇ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଗରାପୁର ରାଜସ୍ୱ ନିରୀକ୍ଷକ ରାଜେଶ କୁମାର ମାରାଣ୍ଡି, ଅଙ୍ଗନୱାଡିକର୍ମୀ କୁମୁଦିନି ମହାନ୍ତି ଓ ଅନିମା ପ୍ରତିହାରୀ, ଆଶାକର୍ମୀ ପୁଷ୍ପଲତା ଜେନା, ଏଏନଏମ ଦିପ୍ତିଲତା ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.