Home ଓଡ଼ିଶା ରାସନ୍ ଚାଉଳ ବସ୍ତାରେ କମ୍ ଆସୁଥିବା ନେଇ ରଣପୁର ରେ ଜନ ଅସନ୍ତୋଷ

ରାସନ୍ ଚାଉଳ ବସ୍ତାରେ କମ୍ ଆସୁଥିବା ନେଇ ରଣପୁର ରେ ଜନ ଅସନ୍ତୋଷ

121

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୬-ସରକାର ଖାଦ୍ୟ ନିରାପତ୍ତା ଆଇନ୍ ପ୍ରଚଳନ କରିଛନ୍ତି । କିନ୍ତୁ ମଝିରେ ଚାଉଳ ପ୍ୟାକେଟ ଓଜନ କମ୍ ଆସୁଥିବାରୁ ଯୋଗାଣକାରୀ ହୀତାଧିକାରୀ ଖାଉଟି ମାନଙ୍କୁ ଚାଉଳ ଦେଉନଥିବାରୁ ସେମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ସେଭଳି ଅଭିଯୋଗ ଆସିଛି ବନ୍ଧମୁଣ୍ଡା ଗ୍ରାମପଂଚାୟତ ରୁ । କରୋନା ଦ୍ୱିତୀୟ ଲହର ରେ ସରକାର ମୁଣ୍ଡ ପିଛା ଚାଉଳ କିମ୍ବା ଗହମ ମାଗଣା ରେ ମାସିକ ଦେବା ପାଇଁ ଦୁଇ ମାସ ର ଖାଦ୍ୟ ସାମଗ୍ରୀ ଆସିଥିଲା । କିନ୍ତୁ ବନ୍ଧମୁଣ୍ଡା ଗ୍ରାମପଂଚାୟତ ଏକ ଆଦିମ ଅଧିବାସୀ ବହୁଳ ପଂଚାୟତ । ଯାହାକି ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ସେ ପଂଚାୟତ ର ହିତାଧିକାରୀ ମାନେ ଗ୍ରାମପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଠାରୁ ମାସିକ ରାସନ୍ ସାମଗ୍ରୀ ପାଇଥାନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଦୁଇ ମାସ ର ମାଗଣା ଚାଉଳ ୧୨ ଗୋଟି ପରିବାର ଏ ଯାଏଁ ପାଇନଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଆସୁଥିବା ଚାଉଳ ପ୍ୟାକେଟ କମ୍ ଆସୁଥିବା  ଯୋଗୁଁ ଏହି ୧୨ ଗୋଟି ପରିବାର ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି । ଆଉ ପାଖାପାଖି ୩ କୁଇଣ୍ଟାଲ ଚାଉଳ ଆବଶ୍ୟକ ଥିଲା । ଚାଉଳ ବସ୍ତା ରେ ଓଜନ ଠାରୁ କମ୍ ଆସିବା ଶୁଣି ବ୍ରଜରାଜପୁର ପଂଚାୟତ ରେ ସରଜମିନ୍ ତଦନ୍ତ କରାଯାଇଥିଲା । ୫ ଗୋଟି ବସ୍ତା ତନଖି କରିବା ବେଳେ ୪୮ କିଲୋ ୬୦ ଗ୍ରାମ୍ , ୪୯ କେଜି ୩୪୦ ଗ୍ରାମ,୪୯ କେଜି ୬୦୦ ଗ୍ରାମ ଓ ୫୦ କେଜି ୨୪୦ ଗ୍ରାମ ଓଜନ ବେଳେ ଜଣାପଡିଲା  । କିନ୍ତୁ ସରକାରୀ ନିୟମ ଅନୁଯାଇ ପ୍ରତି ବସ୍ତା ଚାଉଳ ବସ୍ତା ମିଶି ୫୦ କେଜି ୬୦୦ ଗ୍ରାମରୁ ୭୦୦ ଗ୍ରାମ ରହିବା କଥା । ଏ ସର୍ମ୍ପକେ ରଣପୁର ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମୁଁ ଏବେ ଦୁଇଦିନ ହେଲା ବଦଳି ହୋଇ କାର୍ଯ୍ୟରେ ଯୋଗଦାନ କରିଛି  । ଦେଖିବାକୁ ପଡିବ ଚାଉଳ କାହିଁକି ବସ୍ତାରେ କମ୍ ଆସୁଛି ।

ଏ ସର୍ମ୍ପକେ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବସ୍ତାରୁ ଚାଉଳ କମିବା ଏକ ସାଘାଂତିକ ବିଷୟ ତେଣୁ ମୁଁ ରଣପୁର ବ୍ଲକ ଯୋଗାଣ ଅଧିକାରୀ ଙ୍କୁ ନିର୍ଦେଶ ଦେଉଛି ଏହାର ତଦନ୍ତ କରିବେ । ଏ ସର୍ମ୍ପକେ ନୟାଗଡ ଜିଲ୍ଲାରୁ ପ୍ରତି ପଂଚାୟତ କୁ ରାସନ୍ ସାମଗ୍ରୀ ଯୋଗାଉଥିବା ବଦ୍ରି ବାବୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ ଏଠାରୁ ଚାଉଳ ପଠାଇବା ସମୟରେ ସରକାରୀ ନିୟମ ଅନୁଯାଇ ଠିକ୍ ଓଜନର ଚାଉଳ ବସ୍ତା ପଠାଉ ଅଛୁ । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଚାଉଳ ଗ୍ରହଣ କଲା ବେଳେ ଓଜନ କରି ରଖିଲେ ଜଣାପଡିବ ଚାଉଳ କିଏ ବାଟ ମାରଣା କରୁଛି । କିନ୍ତୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଡିଲର ମାନେ ଚାଉଳ ଓଜନ କରିବା କଥା କହିଲେ ଚାଉଳ ଯୋଗାଇବା ପାଇଁ ଆସୁଥିବା ସୁପରଭାଇଜର ମାନେ ଚାଉଳ ଗାଡି ସହ ବଡ କଣ୍ଟାରେ ଓଜନ କରିବା ପାଇଁ କହୁଛନ୍ତି । କିନ୍ତୁ ଗାଡି ସହ ଓଜନ ହେବା ପାଇଁ ବଡ ଓଜନ କଣ୍ଟା ସବୁଆଡେ ନଥିବାରୁ ଏହା ଅସମ୍ଭବ ହୋଇପଡୁଛି । ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମପଂଚାୟତ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ସବୁଆଡେ ଏକା ଅବସ୍ତା  । ମାସକୁ ୩ କୁଇଣ୍ଟାଲ ରୁ  ୫ କୁଇଣ୍ଟାଲ ଚାଉଳ ବସ୍ତାରେ କମ୍ ରହୁଛି । ଯାହାଫଳରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଡିଲର ମାନେ ଅସୁବିଧାରେ ପଡୁଥିବା ବେଳେ ହିତାଧିକାରୀ ମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଂଚିତ ହେଉଛନ୍ତି । ଜିଲ୍ଲା ଉଚ୍ଚ ପ୍ରଶାସନ ଓ ର୍ଦୁନୀତି ନିବାରଣ ବିଭାଗ ସରଜମିନ୍ ତଦନ୍ତ କଲେ କେଉଁଠି ବାଟ ମାରଣା ହେଉଛି ତାହା ଲୋକ ଲୋଚନ କୁ ଆସିପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.