Home ଓଡ଼ିଶା ଜିଲ୍ଲା ଯୁବ କଂଗ୍ରେସ ର କାକଲମା ରେ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଜିଲ୍ଲା ଯୁବ କଂଗ୍ରେସ ର କାକଲମା ରେ ଅସହାୟ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୬- ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ରାଜୀବ ଗାନ୍ଧୀ ଙ୍କ ଜନ୍ମ ତିଥି କୁ ଭିନ୍ନଢଙ୍ଗରେ ପାଳନ କରିଥିବା ଜଣାପଡିଛି । ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସବାପତି ପ୍ରତୀକ ମହାପାତ୍ର ଙ୍କ ଉଦ୍ୟମରେ ଜୁନ୍ ୧୯ ତାରିଖ ରେ ରଣପୁର ବ୍ଲକ ଦର୍ପନାରାୟଣପୁର ଗ୍ରାମପଂଚାୟତ କାକଲମା ଠାରେ ୨୫ ଜଣ ଅସହାୟ ବୃଦ୍ଧ ଓ ବିଧବା ମହିଳା ଙ୍କୁ ତୁଣ୍ଡି , ସଫେଇ ସାମଗ୍ରୀ , ଚାଉଳ ଏବଂ ଆଳୁ ପୁଡିଆ ବଣ୍ଟନ କରାଯାଇଥିବା ଜଣାପଡିଛି

ା ସେଭଳି ଭାବରେ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ କ୍ଷୀର ପୁଡିଆ ବଣ୍ଟ ନ କରିଥିବା ଜଣାପଡିଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ , ରଣପୁର ବ୍ଲକ ସଭାପତି ଦିଲ୍ଲୀପ କୁମାର ଜେନା , ମହିଳା ନେତ୍ରୀ ପ୍ରତିମା ଜେନା , କଂଗ୍ରେସ ନେତା  ଜୟକୃଷ୍ଣ ଦଳବେହେରା , ଯୁବ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.