Home ଓଡ଼ିଶା ରଣପୁର ରେ ଚଳିତ ବର୍ଷ ଦଣ୍ଡଯାତ୍ରା ନେଇ ଅନିଶ୍ଚିତତା

ରଣପୁର ରେ ଚଳିତ ବର୍ଷ ଦଣ୍ଡଯାତ୍ରା ନେଇ ଅନିଶ୍ଚିତତା

50

ନୟାଗଡ/୧୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳରୁ ରଣପୁର ଏକ ଶୈବ ପୀଠ ଭାବେ ପରିଚିତ । ଚୈତ୍ର ମାସରେ ରଣପୁର ଅଂଚଳ ରେ ଏକ ଦଣ୍ଡଯାତ୍ରା ର କୋଳାହଳ ସହ ଏକ ଭକ୍ତିପୁର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ । ରଣପୁର  ଚଣ୍ଡେଶ୍ୱର ଓ ସ୍ୱପ୍ନେଶ୍ୱର , ସାରଙ୍ଗଧରପୁର ନିଳକଣ୍ଠେଶ୍ୱର  ଦେବଙ୍କ ଠାରୁ ଆରମ୍ଭ କରି ଲତାର ବାଲୁଙ୍କେଶ୍ୱର ଙ୍କ ପର୍ଯ୍ୟନ୍ତ ୨୬ କୋଠି ରେ ଦଣ୍ଡ ଠାକୁର ବିଜେ କରିବା ସହ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଣ୍ଡ ଠାକୁର ଙ୍କ ପ୍ରଥମ ପାଣିତୋଳା ଦିବସ ରେ ଦଣ୍ଡ ଠାକୁର ରଣପୁର ରାଜା ଙ୍କ ରାଜ ଉଆସ କୁ ଆସିଥାନ୍ତି । ରାଜା ଓ ରାଜ ପରିବାର ର ଶୁଭ ମନାସ କରିଥାନ୍ତି । ରାଜନଗର ରୁ ପ୍ରତ୍ୟକ ଠାକୁର ଙ୍କୁ ଶାଢୀ ପ୍ରଦାନ କରାଯାଇଥାଏ । ତାପରେ ଦଣ୍ଡ ଠାକୁର ଜଗନ୍ନାଥ ଙ୍କ ଅରୁଣ ସ୍ତମ୍ବ ନିକଟ କୁ ଯାଇଥାନ୍ତି । କିନ୍ତୁ ଗତବର୍ଷ କୋଭିଡ୍ ୧୯ କଟକଣା ଯୋଗୁଁ ସବୁ ନିତି ନିୟମ ରେ ବ୍ୟତିକ୍ରମ ଘଟିଥିଲା । କେତେକ କୋଠି ରେ ଲୁଚା ଚୋରା ରେ ଦଣ୍ଡ ଠାକୁର ଙ୍କ କେବଳ ନିତୀ କାନ୍ତି କରାଯାଇଥିବା ବେଳେ ଆଉ କେତେକ କୋଠି ରେ ନିତୀ କାନ୍ତି ହୋଇପାରିନଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତ ଓ ଭକ୍ତା ଙ୍କ ମନରେ ସନ୍ଦେହ ଜାତ ହୋଇଛି ।

ପୁଣି କେତେକ ରାଜ୍ୟ କୁ କରୋନା ମହାମାରୀ ଫେରିଥିବା ଯୋଗୁଁ ସର୍ଟ୍‌ଡାଉନ୍ ଓ ରାତ୍ରୀ କାଳିନ କର୍ଫ୍ୟୁ ଜାରି ହୋଇଛି । କିନ୍ତୁ ଅପର ପକ୍ଷେ ଅପେରା ପାର୍ଟି ଓ ରାଜନୈତିକ ବୈଠକ ପାଇଁ ଅନୁମତି ମିଳୁଥିବାର ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ରେ ଦଣ୍ଡ ନୃତ୍ୟ ଉପରେ କଟକଣା ଲାଗିଥିବା ବେଳେ ରଣପୁର ଅଂଚଳ ଭକ୍ତାମାନେ ସନ୍ଦେହ ଘେର ରେ ରହିଛନ୍ତି । ଚଳିତ ବର୍ଷ ଠାକୁର ନିତୀ କାନ୍ତି ହେବା ସହ ରାଜ ଉଆସ କୁ ଜିବେ କି ନାହିଁ । ରଣପୁର ପ୍ରତ୍ୟେକ ଦଣ୍ଡ କୋଠି ରେ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରଶାସନିକ ଘୋଷଣା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଦଣ୍ଡ ନୃତ୍ୟ ତିଥି ପାଖେଇ ଆସୁଥିବା ବେଳେ ପ୍ରଶାସନିକ ସ୍ପଷ୍ଟୀକରଣ ଅପେକ୍ଷା ରେ ଭକ୍ତାମାନେ । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଆମ୍ଭ ପାଖକୁ ଜିଲ୍ଲା ଉଚ୍ଚ ଅଧିକାରୀ ଙ୍କ ନିକଟରୁ ଦଣ୍ଡଯାତ୍ରା ପାଇଁ କୈାଣସି ସ୍ପଷ୍ଟୀକରଣ ଆସିନାହିଁ । ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଜିଲ୍ଲାପାଳ ଦଣ୍ଡଯାତ୍ରା ସମ୍ପର୍କ ରେ କଟକଣା ଓ ନିତୀ ନିର୍ଦ୍ଧାରଣ କରିବେ । ଏ ପର୍ଯ୍ୟନ୍ତ କିଛି ନିଷ୍ପତି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.