Home ଓଡ଼ିଶା ବିଦ୍ୟୁତ୍‌ଖୁଣ୍ଟ କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା  ରାସ୍ତା ଜାମ୍

ବିଦ୍ୟୁତ୍‌ଖୁଣ୍ଟ କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା  ରାସ୍ତା ଜାମ୍

29

ନୟାଗଡ/୧୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଓ ଚାନ୍ଦପୁର ଥାନା ରାଜସୁନାଖଳା ଚାନ୍ଦପୁର ରାସ୍ତାରେ ପ୍ରତିଦିନ ଚୋରା ବାଲି ବୋଝେଇ ହାଇୱା ଗାଡି ଯାଇଥାଏ । ଗାଡି ଗୁଡିକ ରେ ବାଲି ବୋଝେଇ ସମ୍ପର୍କିତ  ସଠିକ୍ କାଗାଜାତ ନଥିବାରୁ ଚାଳକ ମାନେ ବେପରୁଆ ଭାବେ ଦୃତ ଗତି ରେ ଗାଡି ଚଲାଇଥାନ୍ତି । ଯାହାଫଳରେ ଛୋଟ ବଡ ଦୃଘଟଣା ମାନ ଘଟି ଧନ ଜୀବନ ହାନୀ ଘଟିଥାଏ । ସେହିବଳି ଭାବରେ ମାର୍ଚ୍ଚ ୧୬ ତାରିଖ ଅପରାହ୍ନ ରେ ଓ ଡି ୦୨ ବି ଜି ୫୪୭୯ ନଂ ବିଶିଷ୍ଟ ହାଇୱା ଗାଡି ଟି ଦୃତଗତି ରେ ଯାଉଥିବା ବେଳେ ଚାନ୍ଦପୁର ରଣପୁର ରାସ୍ତା ର ବାରଙ୍ଗ ଗାଡିଆ ଛକ ନିକଟରେ ରାସ୍ତା କଡରେ ଥିବା ବିଦ୍ୟୁତ୍‌ଖୁଣ୍ଟ କୁ ଧକ୍କା ଦେଇଥିବା ବେଳେ ଖୁଣ୍ଟ ଟି ଭାଙ୍ଗିପଡି ରାସ୍ତା ଉପରେ ପଡି ରହିଥିଲା ।

ଯାହାଫଳ ରେ ଏକ ଘଣ୍ଟା ଧରି ରାସ୍ତା ରେ ଗାଡି ଯାତାୟତ କରି ନପାରି ରାସ୍ତା ଜାମ୍ ହୋଇ ଯାଇଥିଲା । ବାଲି ଗାଡି ରେ ଥିବା ଡ୍ରାଇଭର ଓ ଖଲାସି ବିଦ୍ୟୁତ୍ ଆଘାତ ରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଂଚିବାର ବିଳମ୍ବ ଦେଖି ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ସର୍ମ୍ପକେ ବିଦ୍ୟୁତ୍ ବିଭାଗ ର ଟାଙ୍ଗି ଅଧିଖଣ୍ଡ ଯନ୍ତ୍ରୀ ଅଜିତ୍ କୁମାର ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କହିଥିଲେ ଯେ ଖୁବ୍ ଶ୍ରୀଘ୍ର କର୍ମଚାରୀ ପଠାଇ ରାସ୍ତା ରେ ପଡିଥିବା ବିଦ୍ୟୁତ୍ ଖୁଣ୍ଟ କୁ ହଟାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.