Home ଓଡ଼ିଶା ରଣପୁର ରେ ଗୋଶାଳା ନିର୍ମାଣ ପାଇଁ ବଜରଙ୍ଗ ଦଳ ଅଣ୍ଟା ଭିଡିଲା

ରଣପୁର ରେ ଗୋଶାଳା ନିର୍ମାଣ ପାଇଁ ବଜରଙ୍ଗ ଦଳ ଅଣ୍ଟା ଭିଡିଲା

47

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୭- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଗୋ ସମ୍ପଦ ଦିନ କୁ ଦିନ କମିବାରେ ଲାଗିଛି । ଗୋ ଚାଲାଣ ସାଙ୍ଗକୁ ରାସ୍ତା ଘାଟ ରେ ଗାଈ ଗୋରୁ ମାନଙ୍କ ଦୁର୍ଘଟଣା ବଢିବାରେ ଲାଗିଛି । ଗୋପାଳକ ମାନେ ଗାଈ ଗୋରୁ ବୁଢା ବୁଢୀ ହୋଇଗଲା ପରେ ସେମାନଙ୍କୁ ବିକ୍ରୟ କରି ଦେଉଛନ୍ତି । ତା ନାହିଁତ କେଉଁମାନେ ରାସ୍ତାଘାଟରେ ଛାଡି ଦେଉଛନ୍ତି । ଯାହାଫଳ ରେ କିଛି ଅସାଧୁ ବ୍ୟବସାୟୀ ଗାଈ ଗୋରୁ ମାନଙ୍କୁ ଚୋରି କରି ଚାଲାଣ କରୁଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉଦବେଗ ପ୍ରକାଶ କରିଥିବା ବେଳେ ରଣପୁର ବଜରଙ୍ଗ ଦଳ ଗୋ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି । ଯାହାଫଳ ରେ ରଣପୁର ବଜରଙ୍ଗ ଦଳ ତରଫରୁ ମା ମଣିନାଗ ପୀଠ ରେ କୋଭିଡ୍ କଟକଣା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜୁଲାଇ ୨୫ ତାରିଖ ରେ ଏହି ବୈଠକ ରଣପୁର ବଜରଙ୍ଗ ଦଳ ର ସଂଯୋଜକ ସତ୍ୟ ସାହିଲ୍ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପଶୁଧନ ଚିକିତ୍ସକ ଡ. ସନ୍ତୋଷ କୁମାର ଲେଙ୍କା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ନୟାଗଡ ଜିଲ୍ଲା ବଜରଙ୍ଗ ଦଳ ର ସଂଯୋଜକ ରଞ୍ଜନ ବେହେରା , ସମ୍ମାନିତ ଅତିଥି ଭାବେ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ । ସହ ସଂଯୋଜକ ସଞ୍ଜୀବ ପ୍ରଧାନ ଅତିଥି ଙ୍କ ପରିଚୟ ପ୍ରଦାନ ସହ ବିବରଣୀ ପଠନ କରିଥିଲେ । ଗୋ ସମ୍ପଦ ସୁରକ୍ଷା ପାଇଁ ରଣପୁର ରେ ଏକ ଗୋଶାଳା ନିର୍ମାଣ ଆବଶ୍ୟକତା କୁ ଅନୁଭବ କରି ଗୋଶାଳା ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଡ. ସନ୍ତୋଷ କୁମାର ଲେଙ୍କା ଗୋଶାଳା ନିର୍ମାଣ ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ରଣପୁର ଅଂଚଳ ରୁ ଗୋ ଚାଲାଣ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି ବଜରଙ୍ଗ ଦଳ ର ସଦସ୍ୟ ମାନେ ସପଥ ନେଇଥିଲେ । ରଣପୁର ଅଂଚଳ ରୁ ବଜରଙ୍ଗ ଦଳ ର ୪୬ ଜଣ ଯୁବକ ଏହି ବୈଠକ ରେ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.