Home ଓଡ଼ିଶା ରଣପୁର ରେ କମ୍ରେଡ୍ ପୁର୍ଣ୍ଣଚନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗ ରେ ଶୋକ

ରଣପୁର ରେ କମ୍ରେଡ୍ ପୁର୍ଣ୍ଣଚନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗ ରେ ଶୋକ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୭- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ପୁର୍ବତନ ଅଧକ୍ଷ ତଥା ବରିଷ୍ଠ ଆଇନଜିବୀ ପୁର୍ଣ୍ଣଚନ୍ଦ୍ର ସାମନ୍ତରାୟ ଙ୍କ ବିୟୋଗ ରେ ବିଭିନ୍ନ ମହଲ ରେ ଶୋକ । ପୁର୍ଣ୍ଣଚନ୍ଦ୍ର ସାମନ୍ତାରୟ ଦୀର୍ଘ ବର୍ଷ ହେଲା ରଣପୁର ରେ ଆଇନଜିବୀ ଭାବେ କାର୍ଯ୍ୟ କରୁଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ନେଇ ରଣପୁର ବ୍ଲକ ର ଅଧକ୍ଷ ଭାବରେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ଦେହାନ୍ତ ରେ ରଣପୁର ଓକିଲ ସଂଘ , ରଣପୁର ପ୍ରେସ କ୍ଲବ ଓ କମ୍ୟୁନିଷ୍ଟ ପାର୍ଟି ଇଣ୍ଡିଆ (ମାର୍ସ୍କବାଦୀ) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ତାଙ୍କ ମରଶରୀର କୁ ଚମ୍ପାପେଡି ଗ୍ରାମରୁ ରଣପୁର କମ୍ୟୁନିଷ୍ଟ ପାର୍ଟି ଅଫିସ କୁ ଅଣାଯାଇଥିଲା । ସେଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ଏକ ଶୋଭାଯାତ୍ରା ରେ ରଣପୁର ଓକିଲ ସଂଘ କାର୍ଯ୍ୟାଳୟ  କୁ ନିଆଯାଇଥିଲା । ସେଠାରେ ରଣପୁର ଓକିଲ ସଂଘ  ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗ ରେ ରଣପୁର ଏକ ବରିଷ୍ଠ କମ୍ରେଡ୍ କୁ ହରାଇଲା । ସେ ଏକାଧାର ରେ ଜଣେ ଆଇନଜ୍ଞ , ରାଜନେତା ଓ ଲେଖକ ଥିଲେ । ତାଙ୍କର ପତ୍ନୀ ଙ୍କର ୧୫ ଦିନ ତଳେ ମଧ୍ୟ ଦେହାନ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.