Home Top News ଓଡିଶାର ବିକାଶ ଷେତ୍ରରେ ନୂଆ ଉପଲବ୍ଧୀ : ଦେଶର ପ୍ରଥମ ସହର ଭାବରେ ପୁରୀରେ Drink...

ଓଡିଶାର ବିକାଶ ଷେତ୍ରରେ ନୂଆ ଉପଲବ୍ଧୀ : ଦେଶର ପ୍ରଥମ ସହର ଭାବରେ ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

65

୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ – ୯ ମାସରେ ପ୍ରକଳ୍ପ ହେଲା କାର୍ଯ୍ୟକ୍ଷମ
ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ – ମୁଖ୍ୟମନ୍ତ୍ରୀ
ଅଢେଇ ଲକ୍ଷ ପୁରୀବାସୀ ଓ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ
ଲଣ୍ଡନ ଟୋକିଓ ନ୍ୟୂୟର୍କ ସିଙ୍ଗାପୁର ସହର ପରି ପୁରୀ ସହର ବାସୀ ମଧ୍ୟ ସିଧାସଳଖ TAPରୁ ପାଇବେ ବିଶୁଦ୍ଧ ପିଇବା ପାଣି।
ଚାରି ଶହ ମେଟ୍ରିକ ଟନ୍ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ହେବ ପୁରୀ।
ଫନି ପରେ ପୁରୀକୁ ବିଶ୍ବ ଐତିହ୍ୟ ନଗର କରିବା ପାଇଁ ନେଇଥିଲେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୬ ଜୁଲାଇ (ଓଡ଼ିଆ ପୁଅ) ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ tapରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ। ପିଇବା ପାଣିକୁ store କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌କରିବା ମଧ୍ୟ ଆବଶ୍ୟକ ନାହିଁ। ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ ଏଭଳି ସୁବିଧା ମିଳେ। ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା। Drink from Tap ବା ସୁଜଳ ଯୋଜନାରେ ଆପଣମାନେ ସିଧା tapରୁ ପାଣି ଆଣି ପିଇପାରିବେ। Storage ବା Filter କିଛି ବି ଦରକାର ନାହିଁ। ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସାରା ଦେଶରେ Drink from Tap କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଆମର ମେଟ୍ରୋ ସହର ମାନଙ୍କରେ ବି, ଏ ସୁବିଧା ନାହିଁ। ଏ ଯୋଜନା ପାଇଁ ପୁରୀ ଆଜି।ondon, New York, Singapore ଆଦି ବିଶ୍ବର ବଡ ବଡ ସହର।eagueରେ ସାମିଲ ହୋଇପାରିଛି। ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ସେ କହିଥିଲେ।

ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ Drink from Tap ସୁବିଧା ମିଳିବା ସହିତ ପୁରୀକୁ ପ୍ରତି ବର୍ଷ ୨ କୋଟି tourist ମଧ୍ୟ ଏହି ସୁବିଧା ପାଇପାରିବେ। ସେମାନଙ୍କୁ ମଧ୍ୟ ଆଉ water bottle ଧରି ବୁଲିବାକୁ ପଡିବ ନାହିଁ। ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ water fountain କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ୪୦୦ ମେଟ୍ରିକ ଟନ୍‌plastic wasteରୁ ମଧ୍ୟ ସହର ରକ୍ଷା ପାଇପାରିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫ଟି Transformative Initiativeର ଏହା ହେଉଛି ଶ୍ରେଷ୍ଠ ମଡେଲ। ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି। ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପରିକଳ୍ପନା ଓ ରୂପାୟନ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୯ ମଇ ମାସ ୩ ତାରିଖରେ ପୁରୀରେ ଫନି ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ତାପରେ ମଇ ୫ ତାରିଖ ଦିନ ସେ ପୁରୀରେ ପହଞ୍ଚି ଥିଲେ ଓ ପୁରୀର ଅବସ୍ଥା ଦେଖି ଗଭୀର ଭାବରେ ଦୁଃଖିତ ହୋଇଥିଲେ ବୋଲି କହିଥିଲେ। ସେହିଦିନ ହିଁ ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ସେ ଘୋଷଣା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଭଲ ଭାବରେ ଆଗେଇ ଚାଲିଛି ଏବଂ ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ ବୋଲି ସେ କହିଥିଲେ।

ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥି ଭାବରେ ମିଶନ ଶକ୍ତିର ମା ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ସାରା ଓଡିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାର୍ଥକ ହୋଇଛି।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଶ୍ରୀ ଦୁର୍ଗାଶଂକର ମିଶ୍ର କହିଲେ ଯେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ Drink from Tap ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା। ଏହା ଭାରତର ଅନ୍ୟ ସହର ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶସା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଥମେ ନଗର ଉନ୍ନୟନ ମନ୍ତ୍ରୀ ଟ୍ୟାପ୍ ରୁ ପାଣି ପିଇଥିଲେ।ପରେ ପୁରୀ ବଳିଆପଣ୍ଡାର ଦୁଇ ଜଣ ମହିଳା ଟ୍ୟାପ୍‌ରୁ ପାଣି ପିଇ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଆଗରୁ ଆମେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲୁ। ଏବେ ଆମ ସମସ୍ୟା ଦୂର ହେଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ WATCOର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା, ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ଶ୍ରୀ ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.