Home ଓଡ଼ିଶା ରଣପୁର ରେ ଅବକାରୀ ଚଢାଉ ବ୍ୟାପକ ଦେଶୀ ମଦ ଜବତ ,ପୋଚ ନଷ୍ଟ ଓ ୨...

ରଣପୁର ରେ ଅବକାରୀ ଚଢାଉ ବ୍ୟାପକ ଦେଶୀ ମଦ ଜବତ ,ପୋଚ ନଷ୍ଟ ଓ ୨ ଗିରଫ

47

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୧୨-  ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରଣପୁର ଥାନାରେ କର୍ମଚାରୀ କମଥିଲେ ସୁଦ୍ଧା ଏବେ ଧରପଗଡ ଜୋରଦାର ଆରମ୍ଭ କରିଥିବା ଜଣାପଡିଛି । ଡିସେମ୍ବର ୧୭ ତାରିଖ ସକାଳୁ ଝିଙ୍କିଝାରୀ ଗ୍ରାମରେ ଚଢାଉକରି ୧୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ମଦ ବିକ୍ରୟ ଅଭିଯୋଗରେ  ବଳରାମ ବେହେରା (୬୦) କୁ ଗିରଫ କରିଛନ୍ତି । ସେହିଭଳି ଭାବରେ ରଣପୁର ସାନଗଡ ଛକରେ ଏକ ସ୍କୁଟିକୁ ତନଖି କରି ୨୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିବା ସହ ନିକଟ ବଜ୍ରକୋଟ ଗ୍ରାମର ସୋମନାଥ ସ୍ୱାଇଁ (୪୨) କୁ ଗିରଫ କରିଥିବା ଜଣାପଡିଛି ।

ଓ ଡି ୨୫ କେ ୬୨୦୯ ସ୍କୁଟି କୁ ମଧ୍ୟ ଜବତ କରିଛି । ପରେ ପରେ ନାଟିମୀ ନଦୀ କୂଳରେ  ଚଢାଉ କରାଯାଇଥିଲା । ୩୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ୨୦ ହଜାର ରୁ ଉର୍ଦ୍ଧ ଲିଟର ମଦ ରନ୍ଧା ପୋଚ କୁ ମଧ୍ୟ ଜବତ କରିଛନ୍ତି । ମଦ ରନ୍ଧା ସାମଗ୍ରୀ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଭଣାପଡିଛି । ଏହି ଚଢାଉରେ ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ନିରୀକ୍ଷକ ମୁତ୍ୟୁଞ୍ଜୟ ବେହେରା , ରଣପୁର ଥାନା ଅବକାରୀ ଉପ ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର , ଅତିରିକ୍ତ ଉପ ନିରୀକ୍ଷକ ସୁବାଷ କୁମାର ସେଠୀ ଓ ମିତା ନାୟକ, ସନ୍ତୋଷ ପ୍ରଧାନ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.