Home Top News ବ୍ୟାଙ୍କିଙ୍ଗ୍ ସଂଶୋଧନ (ଆଇନ) ୨୦୨୧ ପ୍ରତ୍ୟାହାର ଦାବିରେ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ...

ବ୍ୟାଙ୍କିଙ୍ଗ୍ ସଂଶୋଧନ (ଆଇନ) ୨୦୨୧ ପ୍ରତ୍ୟାହାର ଦାବିରେ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଓଡିଶାରେ ବ୍ୟାଙ୍କ ସେବା ସଂପୂର୍ଣ୍ଣ ବ୍ୟାହତ

75

ଭୁବନେଶ୍ୱର, ୧୭/୧୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ, ଗଣବ୍ୟାଙ୍କ ବ୍ୟବସ୍ଥାକୁ ଧ୍ୱଂସ କରି ଭାରତବର୍ଷର ଆତ୍ମନିର୍ଭରଶୀଳ ଅର୍ଥନୀତିକୁ ବିପନ୍ନ କରିବା ସହ ଜନସାଧାରଣଙ୍କ ସଞ୍ôଚତ ବିପୁଳ ପରିମାଣର ଦେଢ଼ଲକ୍ଷକୋଟି ଟଙ୍କାଜମା ରାଶିକୁ କର୍ପୋରେଟ୍ ବ୍ୟାଙ୍କ ଲୁଟେରାଙ୍କ ହାତରେ ଟେକିଦେବା ବିରୁଦ୍ଧରେ ଡିସେମ୍ବର ୧୬ ଓ ୧୭ ଦୁଇଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଓଡ଼ିଶାରେ ସଫଳ ଭାବେ ଅନୁଷ୍ଠିତ ହୋଇଛି। ଏହି ଧର୍ମଘଟ ଏଆଇବିଇଏ ସମେତ ଦେଶର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଗଠନକୁ ନେଇ ଗଠିତ ୟୁଏଫ୍‌ବିୟୁର ଆହ୍ୱାନରେ ସାରା ରାଜ୍ୟରେ ଷ୍ଟେଟ୍‌ବ୍ୟାଙ୍କ ସମେତ ସମସ୍ତ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର ସମସ୍ତ ୪୫୦୦ ରୁ ଉର୍ଦ୍ଧ୍ୱ ଶାଖା ଓ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ୨୦ ହଜାରରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ଓ ଅଫିସର ଅଂଶଗ୍ରହଣ କରିଛନ୍ତି। ସମସ୍ତ କ୍ଲିୟରିଂ ହାଉସ୍ ବନ୍ଦ ରହିଥିବା ସମୟରେ ୪୦ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ବ୍ୟାହତ ହୋଇଛି। ଧର୍ମଘଟର ସଫଳତା ପାଇଁ ଏଆଇବିଇଏ ରାଜ୍ୟ ସଙ୍ଗଠନ ଏଓବିଇଏର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ଏଆଈବିଓଏ ରାଜ୍ୟ କମିଟିର ସାଧାରଣ ସମ୍ପାଦକ ଅଜୟ କୁମାର ରାଉତରାୟ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ ଶ୍ରମିକ, କର୍ମଚାରୀ, କୃଷକ ସଂଗଠନ ଓ ସାଧାରଣ ଜନତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଧର୍ମଘଟ ଉପଲକ୍ଷେ ଭୁବନେଶ୍ୱରଠାରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କର ଏକ ମିଳିତ ସମାବେଶ ଅଶୋକ ନଗରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ଉଭୟ ୧୬ ଓ ୧୭ ତାରିଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଏଓବିଇଏ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଉପ ସାଧାରଣ ସମ୍ପାଦକ ସଞ୍ଜୀବ ପତି, ସମ୍ପାଦକ ଦେବାଶିଷ ରାୟ, ପୂର୍ଣ୍ଣ ଜେନା, ଅରୁଣ ତ୍ରିପାଠୀ, ଏସ୍‌ପି ମହାନ୍ତି, ପ୍ରିୟଙ୍କା ମୁଦୁଲି, ଏଆଇବିଓଏର ରାଜ୍ୟ ସାଧାରଣ ସମ୍ପାଦକ ଅଜୟ କମୁାର ରାଉତରାୟ, ଅଫିସର ସଂଘ ପକ୍ଷରୁ ତ୍ରୈଲୋକ୍ୟନାଥ ପ୍ରଧାନ, ଆର୍‌ଏନ୍ ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

ଏହି ସମାବେଶରେ ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ତଥା ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ସୁର ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ। ଉଭୟ ଦିନ ୟୁଏଫ୍‌ବିୟୁର ରାଜ୍ୟ ଆବାହକ ରଘୁନାଥ ପ୍ରସାଦ ଦାଶ ଯୋଗଦେଇ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.