Home ଓଡ଼ିଶା ରଣପୁର ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରଣପୁର ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

48

ନୟାଗଡ/୦୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ଭୀମ ଭୋଇ ସାମର୍ଥ୍ୟ ଶିବିର ମାର୍ଚ୍ଚ ୨ ତାରିଖ ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିର ରେ ଅସ୍ତିଶଲ୍ୟ, ଶ୍ରବଣ ଶକ୍ତି , ଦୃଷ୍ଟି ଶକ୍ତି , ମାନସିକ ଅନଗ୍ରସର ଓ ଭେଷଜ ବିଭାଗ ର ଡାକ୍ତର ମାନେ ଯୋଗ ଦେଇଥିଲେ । ଅସ୍ତିଶଲ୍ୟ ବିଭାଗ ରେ ୧୬୮ ଜଣ , ଶ୍ରବଣ ଶକ୍ତି ବାଧକ ୬୭ ଜଣ , ଦୃଷ୍ଟି ଶକ୍ତି ବାଧକ ୪୪ ଜଣ , ମାନସିକ ଅନଗ୍ରସର ୩୯ ଜଣ ଓ ଭେଷଜ ବିଭାଗ ରେ ୧୨ ଜଣ ପଞ୍ଜିକୃତ କରି ସର୍ବମୋଟ ୩୩୦ ଜଣ ଯୋଗ ଦେଇଥିଲେ । ଡାକ୍ତର ଙ୍କ ରିପୋର୍ଟ ଆଧାର ରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।

ଏହି ଶିବିର କୁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପରିଦର୍ଶନ କରିଥିଲେ । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ପଟ୍ଟାୟତ ପ୍ରତକ୍ଷ୍ୟ ତତ୍ୱାବଧାନ କରିଥିଲେ । ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ପରିଚାଳନା କରିଥିଲେ । ସମସ୍ତ ଶିବିରାର୍ଥୀ ମାନଙ୍କ ପାଇଁ ଆବଶ୍ୟକୀୟ ଯୋଗାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.