Home ଓଡ଼ିଶା ଲୋଧାଚୁଆ ଅଂଚଳ ରେ ପାନୀୟ ଜଳ ସଂକଟ ଗ୍ରାମବାସୀ ଙ୍କ ରାସ୍ତାରୋକ ଚେତାବନୀ

ଲୋଧାଚୁଆ ଅଂଚଳ ରେ ପାନୀୟ ଜଳ ସଂକଟ ଗ୍ରାମବାସୀ ଙ୍କ ରାସ୍ତାରୋକ ଚେତାବନୀ

28

ନୟାଗଡ/୦୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମ ପଞ୍ଚାୟତ ଅଡାଲ, ଗୋପୀମହନପୁର , କେନ୍ଦୁବଣିଆ ଓ ବଗଲ ଆଦି ଗ୍ରାମରେ କୂଅ ପୋଖରୀ ସୁଖି ଯିବାକୁ ବସିଥିବା ବେଳେ ପାନୀୟ ଜଳ ସମସ୍ୟା ଉତ୍କଟ ଦେଖାଦେଇଛି । ଏ ସର୍ମ୍ପକେ ବଗଲ ଗ୍ରାମବାସୀ ନୟାଗଡ ଜିଲ୍ଲା ପ୍ରଶାସନ କୁ ଲିଖିତ ଭାବେ ଜଣାଇଛନ୍ତି । ଖୁବ୍‌ଶ୍ରୀଘ୍ର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନକରାଇଲେ ଗ୍ରାମବାସୀ ମାନେ ରାଜ ରାସ୍ତା ଅବରୋଧ କରିବେ । ଏ ସର୍ମ୍ପକେ ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟକ , ସମିତି ସଭ୍ୟ ବିଭୁ ପ୍ରସାଦ ଗୁମାନସିଂ ଓ ଗ୍ରାମବାସୀ ମାନେ ଗଣମାଧ୍ୟମ କୁ କହିଛନ୍ତି ।

ଘଟଣା ରୁ ପ୍ରକାଶ ଅଡାଲ ଗ୍ରାମ ଠାରେ ପୂର୍ବରୁ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିଲା । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ତାହା ଅଚଳ ହୋଇପଡିଛି । ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହୋଇନାହିଁ ବୋଲି ସରପଞ୍ଚ କୁହନ୍ତି । ଅପର ପକ୍ଷେ ପ୍ରକଳ୍ପ ଗୃହ ଟି ମଦ୍ୟପ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ବଗଲ ଗ୍ରାମ ମୁଣ୍ଡରେ ଜଳ ଯୋଗାଣ ପାଇଁ ୨ ବର୍ଷ ହେଲା ଏକ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟ କରୁନାହିଁ । ଏ ସର୍ମ୍ପକେ ରଣପୁର ବିଭାଗୀୟ ଜଳ ଯୋଗାଣ ଯନ୍ତ୍ରୀ ପ୍ରକାଶ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ସରପଞ୍ଚ ଙ୍କ ସହ କଥା ହୋଇ ସାରିଛି । ମାର୍ଚ୍ଚ ମାସ ମଧ୍ୟରେ ଜଳ ଯୋଗାଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.