Home ଓଡ଼ିଶା ରଣପୁର ବ୍ଲକ ରେ ବିଧାୟକଙ୍କ ଦ୍ୱାରା କୃଷିରଥ ର ଶୁଭ ଉଦ୍‌ଘାଟନ

ରଣପୁର ବ୍ଲକ ରେ ବିଧାୟକଙ୍କ ଦ୍ୱାରା କୃଷିରଥ ର ଶୁଭ ଉଦ୍‌ଘାଟନ

41

ନୟାଗଡ/୦୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର କୃଷି ବିଭାଗ କାର୍ଯ୍ୟାଳୟ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା କୃଷିରଥ ମାର୍ଚ୍ଚ ୨ ତାରିଖ ମଧ୍ୟ୍ୟାନ୍ନ ରେ ଉଦ୍‌ଘାଟିତ ହୋଇ ଯାଇଅଛି । ଏହି କୃଷି ରଥ ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମ ପଞ୍ଚାୟତ ଓ ରଣପୁର ଏନ୍‌.ଏ.ସି ଅଂଚଳ ରେ ୬ ଦିନ ବ୍ୟାପି ଜନ ସଚେତନତା ସୃଷ୍ଟି କରିବ ।

ନୃତ୍ୟ ଗୀତ ମାଧ୍ୟମ ରେ ପ୍ରତି ପଞ୍ଚାୟତ ଓ ଛକ ମାନଙ୍କ ରେ କୃଷି ଓ କୃଷକ ର ଉନ୍ନତି ପାଇଁ ସଚେତନତା କରାଯିବ । ଏହି ଉଦ୍‌ଘାଟନୀ ଉତ୍ସବ ରେ ଆତ୍ମା ର ଚେୟାରମ୍ୟାନ ସ୍ୱୋରାଜ ମହାନ୍ତି , ନୟାଗଡ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପଟ୍ଟନାୟକ , ରଣପୁର କୃଷି ବିଭାଗ ଗୋଷ୍ଠି କୃଷି ଅଧିକାରୀ ଶୁଭେନ୍ଦୁ ସିଂଦେଓ , ଚାନ୍ଦପୁର ସହକାରୀ କୃଷି ଅଧିକାରୀ ସୈାମେନ୍ଦ୍ର କୁମାର ବେହେରା ,ସହକାରୀ କୃଷି ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ବରାଳ , କୃଷି ଅଧିଦର୍ଶକ ଗୋଷ୍ଠି ବୈଷୟିକ ପ୍ରବନ୍ଧକ , ଗ୍ରାମାଞ୍ଚଳରେ କାମ କରୁଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.