Home Top News ଭଡାଘର ମାଲିକଙ୍କୁ ମିଠାରେ ନିଶାଦେଇ ଭଡାଟିଆ ଯୁବକ ୩୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରିନେଲେ

ଭଡାଘର ମାଲିକଙ୍କୁ ମିଠାରେ ନିଶାଦେଇ ଭଡାଟିଆ ଯୁବକ ୩୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରିନେଲେ

102

ମାଲକାନଗିରି ୨-୩ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ବିବିଗୁଡା ସାହିର ସୁବାଷ ପଟେଲଙ୍କ ଘରେ ଭଡା ରହୁଥିବା ଆନ୍ଧ୍ରପ୍ରଦେଶର ଜଗଦୀଶ ନାମକ ବ୍ୟକ୍ତି ଓ ତାଙ୍କର ପତ୍ନୀ ସୋମବାର ରାତ୍ରରେ ସୁବାଷ ଙ୍କ ପରିବାର ଓ ଗ୍ରାମର କିଛି ଲୋକଙ୍କୁ ମିଠାରେ ନିଶା ଦେଇଥିଲେ। ସମସ୍ତେ ଅଚେତ ହୋଇଗଲାପରେ ସୋମବାର ରାତ୍ରରେ ସୁବାଷଙ୍କ ରୋଷେଇ ଘର ଝରକା ରେଲିଂ କାଟି ଘରେ ପଶି ନଗଦ ଟଙ୍କା ଓ ସୁନାଗହଣା ଲୁଟ କରିନେଇଛନ୍ତି ବୋଲି ଅଭିଯୋଗ ହୋଇଛି।। ସୁବାଷ ମୁଖ୍ୟରାସ୍ତା କଡ଼ରେ ପ୍ରସାଦ ନାମକ ସୁନାଗହଣା ଦୋକାନ ଦେଇଛନ୍ତି। ସେ ରାତ୍ରରେ ସୁନା ଗହଣା ଗୁଡିକୁ ଘରକୁ ନେଇଯାଉଥିବାର ଆଗରୁ ପ୍ରସାଦ ନଜର ରଖିଥିଲେ। ସେ ସୁଜଗରେ ଗତକାଲି ମିଠାରେ ନିଶା ଦେଇ ପ୍ରାୟ ୩୫ଲକ୍ଷ ଟଙ୍କା ରସୁନାଗହଣା ଲୁଟ କରିନେଇ ଛନ୍ତି। ଆଜି ସକାଳ ୮ଟା ପରେ ସୁବାଷ ଓ ଗ୍ରାମବାସୀଙ୍କ ନିଦ ଭାଙ୍ଗିଲାପରେ ଦେଖିଲାବେଳ କୁ ଝରକା କଟାଯାଇ ସେହି ବାଟରେ ସୁନା ଗହଣା ଟଙ୍କା ଲୁଟ ହୋଇଯାଇଛି। ଆଜି ଏ ସମ୍ପର୍କରେ ମାଲକାନଗିରି ଥାନାରେ ଜଣାଇବାପରେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.