Home ଓଡ଼ିଶା ରଣପୁର ପୂରପଲ୍ଲୀ ରେ ସୁଦଶା ବ୍ରତ ଓ ମାଣବସା ପାଳିତ

ରଣପୁର ପୂରପଲ୍ଲୀ ରେ ସୁଦଶା ବ୍ରତ ଓ ମାଣବସା ପାଳିତ

128

ନୟାଗଡ/୨୪/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ମାର୍ଗଶୀର ମାସ ଶେଷ ଗୁରୁବାର ଦଶମୀ ତିଥିରେ ସୁଦଶା ବ୍ରତ ସହ ମାଣବସା ଅନୁଷ୍ଠିତ ହୋଇଥାଏ । ଏହି ସୁଦଶା ବ୍ରତ ଓ ମାଣବସା ରଣପୁର ଅଂଚଳ ର ଘରେ ଘରେ ଅନୁଷ୍ଠିତ ହୋଇଯାଇଅଛି । ମା ଲକ୍ଷ୍ମୀ ଙ୍କର ଅପାର କରୁଣାରୁ ଘରେ ଘରେ ଧନ ,ଜନ , ଗୋପ ,ଲକ୍ଷ୍ମୀ ,ସୁଖ ,ଶାନ୍ତି ଓ ସମୃଦ୍ଧି ପାଇଁ ଏହି ପୂଜା କରାଯାଇଥାଏ । ବୁଧବାର ପ୍ରତେକ ପରିବାର ରେ ସ୍ୱାତ୍ୱିକ ଆହାର ସହ ଲିପା ପୋଛା କରି ମାଣ ଧୁଆ ହୋଇଥାଏ । ରାତି ସାରା ଘରେ ଘରେ ଚିତା ପ୍ରଦାନ କରିବା ସହ ଆରିଶା ,କାକରା ,ମଣ୍ଡା ଓ ଚକୁଳି କରାଯାଇଥାଏ ।

ସକାଳୁ ସକାଳୁ ଶୁଦ୍ଧପୁତ ଭାବରେ ମାଣରେ ଧାନ ବିରି ପୁର୍ଣ୍ଣ କରି ବିଭିନ୍ନ ଫୁଲ ସହ  ଗେଣ୍ଡୁ ଫୁଲରେ ସଜ୍ଜିତ କରାଯାଇଥାଏ । ମାଣପେଡି ନିକଟରେ ମୂଳା ,ଆଖୁ  ସହ ଧାନ ମେଣ୍ଟି ରଖାଯାଇଥାଏ । ସକାଳୁ ସକାଳୁ ବିଭିନ୍ନ ଶୁସ୍ୱାଦୁ ଫଳ କୁ ଭୋଗ କରାଯାଇଥାଏ । ମଧ୍ୟାନ ରେ ଦହି ଭାତ ସହ ପିଠା ପଣା ଭୋଗ କରାଯାଏ । ସଂଦ୍ଧ୍ୟା ପୂର୍ବରୁ ପୁଣି ଫଳ ଭୋଗ କରାଯାଇ ଉଦ୍‌ଯାପନ କରାଯାଇଥାଏ  । ଏହି ପୂଜା ନିିଷ୍ଟାର ସହ ଘରେ ଘରେ ପାଳନ ହେଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.