Home ଓଡ଼ିଶା ରଣପୁର ଅଂଚଳରେ ୫ ସ୍ଥାନରେ ଅଣୁ ନିଷିଦ୍ଧାଚଂଳ ଘୋଷଣା

ରଣପୁର ଅଂଚଳରେ ୫ ସ୍ଥାନରେ ଅଣୁ ନିଷିଦ୍ଧାଚଂଳ ଘୋଷଣା

110

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ୨ୟ ଲହର ହୁ ହୁ ହୋଇ ମାଡି ଚାଲିଥିବା ନେଇ ପ୍ରଶାସନ ଘୋର ଉଦ୍‌ବେଗ ପ୍ରକାଶ କରିଛି । ରଣପୁର ଥାନା ପକ୍ଷରୁ ଅମାନିଆ ଙ୍କ ଉପରେ ଚଢାଉ କରି ମେ ୧୩ ତାରିଖ ରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ରଣପୁର ତହସିଲ୍‌ଦାର୍ କରୋନା ର ଦ୍ରୁତ ସଂକ୍ରମଣ ଓ ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମଣ କୁ ଦୃଷ୍ଟି ରେ ରଖି ୪ଟି ସ୍ଥାନରେ ଗୋଟିଏ ଦିନରେ ଅଣୁ ନିଷିଦ୍ଧାଚଂଳ ଘୋଷଣା କରିଥିବା ଜଣା ପଡିଛି ।

ସୁରୁକାବାଡି ଗ୍ରାମପଂଚାୟତ ର  ସୁରୁକାବାଡି , ଖଇରପଲ୍ଲୀ ଗ୍ରାମପଂଚାୟତ ବାଲିଆ ଗ୍ରାମର ପୁରୁଣା ସାହି , କନ୍ଧ ନୟାଗଡ ଗ୍ରାମପଂଚାୟତ କନ୍ଧ ନୟାଗଡ ର ବ୍ରାହ୍ମଣ ସାହି ଓ ଲୋଧାଚୁଆ ଗ୍ରାମପଂଚାୟତ ଲୋଧାଚୁଆ ଗ୍ରାମର ବଉଳ ସାହି ଏହି ଅଣୁ ନିଷିଦ୍ଧାଚଂଳ ମଧ୍ୟରେ ରହିଅଛି । ସେହି ଭଳି ଭାବରେ ରଣପୁର ବିଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସି ରଣପୁର ବିଞାପିତ ଅଂଚଳ ପରିଷଦ ୬ନଂ ୱାର୍ଡ୍ ସୁଆଁସିଆ ସାହିକୁ ଅଣୁ ନିଷିଦ୍ଧାଚଂଳ ଭାବେ ଘୋଷଣା କରିଥିବା ଜଣା ପଡିଛି । ମେ ୧୩ ତାରିଖ ବ୍ରଜରାଜପୁର ଗ୍ରାମପଂଚାୟତ ର ଚନ୍ଦ୍ରମାଦେଇପୁର ଗ୍ରାମରେ କରୋନା ପରୀକ୍ଷଣ କରାଯାଇଥିଲା । ୭୪ ପରୀକ୍ଷଣ ମଧ୍ୟରୁ ୧୫ ଜଣଙ୍କ ମଧ୍ୟରେ କରୋନା ପଜିଟିଭ୍ ବାହାରିବା ପରେ ସରପଂଚ ସୁକାନ୍ତ ସାମନ୍ତରାୟ ଘୋର ଉଦ୍ ବେଗ ପ୍ରକାଶ କରିଛନ୍ତି । ସେହି  ଚନ୍ଦ୍ରମାଦେଇପୁର ଗ୍ରାମ କୁ ନିଷିଦ୍ଧାଚଂଳ ଘୋଷଣା କରିବା ପାଇଁ ରଣପୁର ତହସିଲ୍ ଦାର ସଂଜୟ କୁମାର୍ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିବା ଜଣା ପଡିଛି । ରଣପୁର ଅଂଚଳରେ କରେନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ନେଇ ଘୋର୍ ଉଦ୍‌ବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.