Home ଓଡ଼ିଶା ରଣପୁର ଅଂଚଳରେ ମିଳୁନି କୋଭିଡ୍ ଟିକା ଲୋକେ ହନ୍ତସନ୍ତ

ରଣପୁର ଅଂଚଳରେ ମିଳୁନି କୋଭିଡ୍ ଟିକା ଲୋକେ ହନ୍ତସନ୍ତ

30

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ସାରା ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟାଭୟ ରୂପ ନେଇ ଆସୁଥିବା ବେଳେ ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ଅଂଚଳ । କିନ୍ତୁ କରୋନା ସଂକ୍ରମଣରୁ ମଣିଷ ଶରୀରର  ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟିକାକରଣ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଟିକା କରଣ ବନ୍ଦ ହୋଇ  ଯାଇଛି । ଯାହା ଫଳରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । କରୋନା ଦ୍ୱିତୀୟ ସଂକ୍ରମଣରେ ଏ ଯାବତ୍ ୬୫୦୦ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଯାଇଅଛି । ସମୁଦାୟ ୩୭୭ଜଣ ଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଅଛି ।

ସେ ମଧ୍ୟରୁ ୨୦୨ଜଣ କରୋନା ରେ ଆକ୍ଟିଭ୍ ଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ରଣପୁରକୁ ୧୭୮୮୬ ଟିକା ଆସିଅଛି । ପ୍ରଥମ ଡୋଜ୍ ୧୬୮୩୬ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧୦୫୦ ଜଣ ନେଇଛନ୍ତି । ଯାହାଫଳରେ ୧୫୦୦୦ ରୁ ଉର୍ଦ୍ଧ ବ୍ୟକ୍ତି ପ୍ରଥମ ଡୋଜ୍ ନେଇ ଦୁଇ ମାସ ବିତି ବାକୁ ବସିଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକାର ଅଭାବ ଦେଖାଦେଇଛି । ଏ ସଂର୍ପକେ ରଣପୁର ଡାକ୍ତର ବୈଦନାଥ ନନ୍ଦଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଜିଲ୍ଲ୍‌ାରୁ ଟିକା ଆସୁନାହିଁ । ଆମେ କରିବୁ କଣ ? ଏ ସଂର୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ରାଜ୍ୟରୁ ଯେଉଁ ଟିକା ଆସୁଅଛି ତାହା ଆବଶ୍ୟକତା ଠାରୁ ବହୁତ୍ କମ୍ । ଦିନକୁ ୩୦୦୦ ଟିକା ଆବଶ୍ୟକ ଥିବା ବେଳେ ଆସୁଛି ମାତ୍ର ୩୦୦ । ଆମେ ଏଥିରେ କରିବୁ କଣ? ଆପଣ ବିଧାୟକଙ୍କ ସହ ଯୋଗାଯୋଗ କରନ୍ତୁ । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସହ ଭେଟିଥିଲୁ । ସେ କହିଲେ ରଣପୁର ଅଂଚଳରେ ଦିଆଯାଉଥିବା କୋଭାସିଲ୍ ଟିକା କେଉଁ କଂପାନୀ ଯୋଗାଉଥିଲା ସେ ଏବେ ବନ୍ଦ ହୋଇଯାଇଛି । ତେଣୁ ଟିକା କଂପାନୀରୁ ଆସିଲେ ରଣପୁରରେ ଟିକାର ଅଭାବ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.