Home ଜିଲ୍ଲା ପରିକ୍ରମା ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

33

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରେ ମନ୍ଦାକିନୀ ମାଝୀ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଶଶୁରଘର ଲୋକେ ଯୌତୁକ ପାଇଁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସ୍ୱାମୀ ସୁଶାନ୍ତ ମାଝୀ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ନିଜେ ସିନ୍ଦୂର ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି । ପୁଲିସ ଏ ସମ୍ପର୍କରେ କେଶ ନଂ ୩୮୦/୨୩ରେ ଏକ ମକଦ୍ଦମା ରୁଜୁ କରି ସ୍ୱାମୀ ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ଜଣାଯାଇଛି ଯେ, ବାଂଶଡା ଥାନା ଅଧୀନ ବାଲିମେଦ ପଞ୍ଚାୟତର ଗଞ୍ଜେଇବାଡ଼ି ଗ୍ରାମର ଜଳଧର ମାଝିଙ୍କ ଝିଅ ମନ୍ଦାକିନୀ ଗତ ମାର୍ଚ୍ଚ ମାସ ୧୩ତାରିଖରେ କୋହ୍ଲ ଗ୍ରାମର ଶଙ୍କର୍ଷଣ ମାଝୀଙ୍କ ପୁଅ ସୁଶାନ୍ତଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ ଅଧିକ ଯୌତୁକ ଦାବି କରି ମନ୍ଦାକିନୀଙ୍କୁ ତାଙ୍କ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ । ରବିବାର ସକାଳେ ମନ୍ଦାକିନୀଙ୍କୁ ତାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ମନ୍ଦାକିନୀ ଆକ୍ରମଣରେ ଗୁରୁତର ହେବାରୁ ତାଙ୍କୁ କିଛି ଲୋକ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ମନ୍ଦାକିନୀଙ୍କ ସ୍ୱାମୀ ସୁଶାନ୍ତ ସିନ୍ଦୂର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ତିହିଡି ପୋଲିସ ସୁଶାନ୍ତଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ମନ୍ଦାକିନୀ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.