Home ଜିଲ୍ଲା ପରିକ୍ରମା ଗୀତିକାର ଭୀମ ଚରଣ ପରିଡ଼ାଙ୍କ ଶ୍ରୀଜଗନ୍ନାଥ ଭଜନ ‘ହେ ସଖା’ ଲୋକାର୍ପିତ

ଗୀତିକାର ଭୀମ ଚରଣ ପରିଡ଼ାଙ୍କ ଶ୍ରୀଜଗନ୍ନାଥ ଭଜନ ‘ହେ ସଖା’ ଲୋକାର୍ପିତ

24

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ସଂପର୍କ ମ୍ୟୁଜିକ୍ ନିବେଦିତ ଗୀତିକାର ଭୀମଚରଣ ପରିଡ଼ାଙ୍କ ୪ଟି ନୂତନ ଶ୍ରୀଜଗନ୍ନାଥ ଭଜନ ‘ହେ ସଖା’ର ଲୋକର୍ପଣ ଉତ୍ସବ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ସମାପିତ ହୋଇଯାଇଛି । ପ୍ରଯୋଜିକା ସବିତା ପରିଡ଼ାଙ୍କ ଅହ୍ୱାନକ୍ରମେ ଆକାଶବାଣୀର ସ୍ୱୀକୃତପ୍ରାପ୍ତ ଗୀତିକାର ଇଂ ଅଭୟ ସୁତାରଙ୍କ ସଭାପତିତ୍ୱରେ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଟଳ ବିହାରୀ ନାୟକ ମୁଖ୍ୟ ଅତିଥି, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ମୁଖ୍ୟ ବକ୍ତା, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ୍ ଓ ଶିକ୍ଷାବିତ୍ ସନାତନ ନାୟକ ସମ୍ମାନିତ ଅତିଥମାନେ ଯୋଗଦାନ କରିଥିଲେ । ଉପସ୍ଥିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଗୀତିକାର ନିର୍ମଳ ଚନ୍ଦ୍ର ସ୍ୱାଇଁ ଅତିଥିପରିଚୟ ପ୍ରଦାନ କରିଥିବାସ୍ଥଳେ ପ୍ରାରମ୍ଭରେ ସମସ୍ତ ଅତିଥିଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଭଜନ ‘ହେ ସଖା’ର ୪ଟି ଭିଡ଼ିଓ ସିଡ଼ିର ଲୋକାର୍ପଣ କରାଯାଇଥିଲା । ଯେଉଁଥିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, କୁମାର ବାପି, ସୌରଭ ନାୟକ, ରୁଦ୍ରମାଧବ ଓ ମଧୁସ୍ମିତା ।

ଗୀତିକାର ଭୀମ ଚରଣ ପରିଡ଼ା ପେସାରେ ଜଣେ ପ୍ରଧାନଶିକ୍ଷକ ଏବଂ ତାଙ୍କ ରଚିତ ଅନେକ ଭଜନ ଓ ଆଧୁନିକ ଗୀତ ବହୁ ପୂର୍ବରୁ ଲୋକାର୍ପିତ ହୋଇସାରିଛି ଯାହା ଆର୍‌.ଏମ୍‌. ସଂପର୍କ ମ୍ୟୁଜିକ୍‌, ୟୁଟ୍ୟୁବ୍ ଚେନାଲ୍‌ରେ ଉପଲବ୍ଧ । ଅତିଥିମାନେ ଗୀତିକାର ଭୀମ ଚରଣ ପରିଡ଼ାଙ୍କର ରଚିତ ‘ହେ ସଖା’ର ସଂଗୀତକୁ ଭୁରିୟସୀ ପ୍ରଶଂସା କରିଥିଲେ ଏବଂ ଆଗକୁ ଅନେକ ଭଜନ ରଚନା କରି ଆମ୍ଭ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ୍ କରନ୍ତୁ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ । ସାରାଜୀବନ ଜଗନ୍ନାଥଙ୍କ ଭଜନ ରଚନା କରି ନିଜକୁ ଶ୍ରୀଜଗନ୍ନାଥ ପ୍ରେମରେ ଉଦ୍‌ବୁଦ୍ଧ ହେବା ପାଇଁ ଗୀତିକାର ଭୀମ ଚରଣ ପରିଡ଼ା ଆଜିର ସଭାରେ ନିଜର ଭାବାବେଗ ପ୍ରକାଶ କରିଛନ୍ତି । ସଂଘର ସଭାପତି ଦେବେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଦ୍ୱାରା ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଇତିଅବସରରେ କଣ୍ଠଶିଳ୍ପୀ ମଧୁସ୍ମିତା ବାରିକ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ମାଝି ଗୀତିକାର ଭୀମ ଚରଣ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ହରିବୋଲ କ୍ଷେତ୍ର, କେଶପୁର, ରଥପରିଚାଳନା କମିଟିର ସଭାପତି ତଥା କଳାକାର ସଂଘର ଉପସଭାପତି ନଗେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.