Home ଜିଲ୍ଲା ପରିକ୍ରମା ବାଂଶଡାରୁ ଭୁବନେଶ୍ୱର ଟାଓାର ବୋହି ନେଉଥିବା ଟ୍ରକ ଅଟକ

ବାଂଶଡାରୁ ଭୁବନେଶ୍ୱର ଟାଓାର ବୋହି ନେଉଥିବା ଟ୍ରକ ଅଟକ

28

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧିନସ୍ଥ ଛେଡାକ ଗ୍ରାମରୁ ଏକ ଟାଓାର କୁ ଖୋଲି ଭର୍ତି କରି ନେଉଥିବା ଏକ ଟ୍ରକ କୁ ସ୍ଥାନୀୟ ଲୋକେ ଅଟକ ରଖି ବାଂଶଡା ଥାନା କୁ ହସ୍ତାନ୍ତରିତ କରିଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ ଗତକାଲି ଏକ ଟାଓାର କୁ ସଂପୂର୍ଣ ଖୋଲାଯାଇ ଏକ ଟ୍ରକରେ ଲୋଡ କରାଯାଇ ନିଆଯାଉଥିଲା । ଏହାକୁ ବହନ କରି ନେଉଥିବା ଟ୍ରକ ର କୌଣସି ଆବଶ୍ୟକୀୟ କାଗଜପତ୍ର ନଥିବା ବେଳେ କେଉଁ ପରିସ୍ଥିତିରେ ଏହି ଟାଓାରକୁ ଖୋଲି ନିଆଯାଉଛି ଏହାର କୌଣସି ଉତର ନ ମିଳିବାରୁ ସ୍ଥାନୀୟ ଲୋକେ ଏହାକୁ ଅଟକ ରଖି ବାଂଶଡା ଥାନାକୁ ଖବର ଦେଇଥିଲେ । ବାଂଶଡା ଥାନାଧିକାରୀ ଦେବରାଜ ଜେନା ଏହି ଅଟକ ରଖିଥିବା ଗାଡିର କାଗଜପତ୍ର ଯାଂଚ କରିଥିବା ବେଳେ କେଉଁ ପରିସ୍ଥିତିରେ ଆବଶ୍ୟକୀୟ କାଗଜପତ୍ର ନଥିବା ବେଳେ ଏହାକୁ କାହିଁକି ଛେଡାକରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଉଛି ବୋଲି ପଚାରିଥିଲେ । ମାତ୍ର ସଂପୃକ୍ତ ଗାଡି ଚାଳକ ଏବଂ ଏହି ଟାଓାରକୁ ଖୋଲି ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଖରୁ କୌଣସି ସନ୍ତୋଷ ଜନକ ଉତର ନମିଳିବାରୁ ଥାନା ଅଧିକାରୀ ଏହି ଟ୍ରକ ଟିକୁ ଗତକାଲି ଠାରୁ ଅଟକ ରଖିଛନ୍ତି ବୋଲି ସଂପୃକ୍ତ ଥାନାଧିକାରୀଙ୍କ ନିକଟରୁ ପ୍ରକାଶ ।ସ୍ଥାନୀୟ ଲୋକେ ଏହି ଟାଓାରକୁ ଚୋରା ଭାବେ ଚାଲାଣ କରୁଥିବା କଥା ଅଭିଯୋଗ ଆଣିଥିବା ବେଳେ ଆସନ୍ତା କାଲି ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପାଖରୁ କୌଣସି ସନ୍ତୋଷ ଜଜକ ଉତର ନ ମିଳିଲେ ତାହାକୁ ଜବତ କରାଯିବ ବୋଲି ଥାନାଧିକାରୀ ମତପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.