Home ଓଡ଼ିଶା ଯୋଡା ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଯୋଡା ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

111

ଯୋଡା, ୩୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକାରେ ସୋମବାର ଦିନ ସ୍ୱାୟତଃ ଶାସନ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ଏହା ପାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିିତୀମୟ, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ପୂର୍ବତନ ନଗରପାଳ ମଞ୍ଜୁଳା ପାତ୍ର, ପୂର୍ବତନ ଉପନଗରପାଳ ସୁରେନ୍ଦ୍ରନାଥ ଜେନାଙ୍କ ସମେତ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ପାଟ୍ଟଯୋଶୀଙ୍କ ତତ୍ତ୍ୱାବଧାନରେ ପୌର କର୍ମଚାରୀ, ସ୍ୱଚ୍ଛସାଥୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ଧରଣୀଧର ଭୂୟାଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପୌର କାର୍ଯ୍ୟାଳୟ ପରିସରରେ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଦିବସ ଉପଲକ୍ଷେ ପୌର କାର୍ଯ୍ୟାଳୟ ପକ୍ଷରୁ ୪ଟି ସଂଘରୋଦ୍ଧ କେନ୍ଦ୍ର, ଯୋଡାର କେନ୍ଦ୍ରୀୟ ଚିକିତ୍ସାଳୟ, କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟାଟାଷ୍ଟିଲ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବ୍ୟାଟେରୀ ଚାଳିତ ୪ଟି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିକୁ ବିଧାୟିକା ମିନାକ୍ଷୀ ମହାନ୍ତ, ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । କମାରଯୋଡା ଠାରେ ଏକ ଭେଣ୍ଡିଂ ଜୋନର ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲା ଓ ବାଚୁହାଟିଂଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବ ଅବସରରେ ୪୨ ଜଣ ଶିକ୍ଷକ, ୪୬ ଜଣ ଅଙ୍ଗନୱାଡି କର୍ମୀ ଓ ୫ ଜଣ ପୌରକର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ସଫେଇ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ ପୌର କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ପରେ ଭିଡିଓ କନଫ୍ରେସିଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.