Home ଓଡ଼ିଶା ରଣପୁର ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଗହମ ହଡପ୍ ଅଭିଯୋଗ

ରଣପୁର ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଗହମ ହଡପ୍ ଅଭିଯୋଗ

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୮-ସାରା ଦେଶରେ କୋଭିଡ୍ କଟକଣାରେ ସାଧାରଣତଃ ଗରୀବ ଜନତାମାନେ ଖାଦ୍ୟ ଅଭାବରେ ଗତି କରୁଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଗରୀବ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ରାସନ୍ କାର୍ଡଧାରୀ ପରିବାର ମୁଣ୍ଡପିଛା ୫କେଜି  ଗହମ ଓ ଚାଉଳ ସାଙ୍ଗକୁ ୨କେଜି ବୁଟ ମାଗଣାରେ ପ୍ରଦାନ କରିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଗରୀବ ଜନସାଧାରଣ ଆସ୍ଥା ପ୍ରକଟ କରିଥିଲେ । ରଣପୁର ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଯୋଗା ଯାଉଥିବା ଗହମ ହଡପ୍ ହୋଇଥିବା ଅଭିଯୋଗ ହେଉଛି । ଅନେକ ପରିବାର ରାତ୍ରି ଭୋଜନ ରୁଟି କରିଥାନ୍ତି ଏବଂ ଅନେକ ପରିବାରରେ ମଧୁମେହ ରୋଗୀ ଅଛନ୍ତି । ଯେଉଁମାନେକି ରାତ୍ରିରେ ରୁଟିକୁ ଭୋଜନ ରୁପେ ଗ୍ରହଣ କରିଥାନ୍ତି । କିନ୍ତୁ ରଣପୁର ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ କାଣ୍ଡପଡା, ବନ୍ଧମୁଣ୍ଡା ଆଦି ଅନେକ ଗ୍ରାମପଂଚାୟତରେ ଏହି ମାଗଣା ଗହମ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି ।

ସାଧାରଣ ଖୋଲା ବଜାରରେ ଗହମ ମିଳୁନଥିବାରୁ ହିତାଧିକାରୀମାନେ ହନ୍ତସନ୍ତ ହେଉଛନ୍ତି । ଏ ସମ୍ପର୍କେ ରଣପୁର ବ୍ଲକ୍ ଯୋଗାଣ ଅଧିକାରୀଣି ଅନିତା ରାଉତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ବ୍ଲକ୍ କୁ ଯେତେ ପରିମାଣର ଗହମ ଆଲର୍ଟମେଣ୍ଟ ଆସିବା କଥା ତାହାଠାରୁ ଶତକଡା ୧୧ପ୍ରତିଶତ ଗହମ ଆସିନାହିଁ । ତେଣୁ କେତେକ ଗ୍ରାମ ପଂଚାୟତକୁ ଗହମ କମ୍ ଦିଆଯାଇଛି ତ ଆଉ କେତେକ ଗ୍ରାମ ପଂଚାୟତକୁ ମାଗଣା ଗହମ ଦିଆଯାଇ ପାରିନାହିଁ । ସାଧାରଣରେ ପ୍ରଶ୍ନ ଉଠୁଛି ଯେ କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ଗହମ ବାଟମାରଣା କରୁଛି କିଏ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ ମାଗଣା ଗହମ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.