Home କେନ୍ଦ୍ରାପଡ଼ା ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ବୁଲୁଛି: ପୋଲିସ କହୁଛି ଚଢାଉ ବେଳେ ଅଭିଯୁକ୍ତ ଫେରାର ହୋଇଛି

ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ବୁଲୁଛି: ପୋଲିସ କହୁଛି ଚଢାଉ ବେଳେ ଅଭିଯୁକ୍ତ ଫେରାର ହୋଇଛି

38

କେନ୍ଦ୍ରାପଡ଼ା, ୨୪ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜଣେ ଯୁବକଙ୍କୁ ଭୁଜାଲିରେ ହାଣିଥିବା ଅଭିଯୁକ୍ତ ଜଣଙ୍କ ବୁଲୁଛି। କିନ୍ତୁ ପୋଲିସ କହୁଛି ଆମେ ଅଭିଯୁକ୍ତକୁ ପାଉନୁ। ତେଣୁ ହଣା ଖାଇଥିବା ଯୁବକଙ୍କ ପରିବାର ଲୋକେ ଏସ୍‌ପିଙ୍କୁ ଭେଟି ଏନେଇ ଅଭିଯାଗ କରିଛନ୍ତି। ହଣା ଖାଇଥିବା ଯୁବକ ଜଣକ ହେଉଛନ୍ତି ଟାଉନ୍ ଥାନା ଅନ୍ତର୍ଗତ ଜୟୀପୁରାର ଶୁଭ୍ରାଂଶୁ ନାୟକ। ଭୁଜାଲି ଚୋଟରେ ଶୁଭ୍ରାଂଶୁଙ୍କ ବାମ ହାତ ହାଡ କଟି ଯାଇଛି। ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେଲେ ଶୁଭ୍ରାଂଶୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ନାଲୁକୁ ପୁଲିସ ଗିରଫ କରୁନାହିଁ ବୋଲି ଶୁଭ୍ରାଂଶୁଙ୍କ ପତ୍ନୀ ଶୁଭଶ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୨୦ ତାରିଖ ରାତି ପ୍ରାୟ ୮ଟା ସମୟରେ ଶୁଭ୍ରାଂଶୁ ମେଡିକାଲ ଛକର ମହାଭୋଇ ପୋଖରୀ ନିକଟସ୍ଥ କନକ ଔଷଧ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ନାଲୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଏହାଦ୍ୱାରା ସେ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ଏବେବି ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏକ୍ସରେ ହେବା ପରେ ତାଙ୍କ ବାମ ହାତ ହାଡ କଟି ଯାଇଥିବା ଜଣାପଡିଥିଲା। ଏ ନେଇ ପରିବାର ଲୋକେ ପୋଲିସକୁ ଜଣାଇଲେ ମଧ୍ୟ ପୋଲିସ ଅଭିଯୁକ୍ତ ନାଲୁକୁ ଗିରଫ କରୁନାହିଁ ବୋଲି ପରିବାର ପକ୍ଷରୁ ଏସ୍‌ପିଙ୍କୁ ଅଭିଯୋଗ କରାଯାଇଛିି। ସେହିପରି ପରିବାର ଲୋକେ କହିଛନ୍ତି ଗତ ୨୦୨୦ ମସିହା ଅକ୍ଟୋବର ମାସରେ ନାଲୁ ଏହିପରି ଭାବେ ଆକ୍ରମଣ କରିଥିଲା। ହେଲେ ପୋଲିସ ଏହାର ରଫାଦଫା କରି ଦେଇଥିଲା। ଯାହା ଫଳରେ ନାଲୁର ଅଧିକ ସାହାସ ବଢିଲା ପୁନର୍ବାର ଆକ୍ରମଣ କରିବା ପାଇଁ। ପୋଲିସ ସେତେବେଳେ କଠୋର ହୋଇଥିଲେ ଓ ନାଲୁକୁ ଗିରଫ କରି ଜେଲକୁ ପଠାଇଥିଲେ ସେ ପୁନର୍ବାର ଆକ୍ରମଣ କରିବାକୁ ସାହାସ କରି ନ ଥାନ୍ତା। ଘଟଣା ସମ୍ପର୍କରେ ଥାନାଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଲେ ଯେ ଅଭିଯୁକ୍ତକୁ ଧରିବା ପାଇଁ ଆମେ ଚଢାଉ ଜାରି ରଖିଛୁ। କିନ୍ତୁ ଅଭିଯୁକ୍ତ ଫେରାର ହୋଇ ଯାଉଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.