Home Top News ମୋବାଇଲ ଚୋରି ସନ୍ଦେହ: ଯୁବକଙ୍କୁ ଟ୍ରକରେ ବାନ୍ଧି ବିପଜ୍ଜନକ ଭାବେ ଟ୍ରକ ଚଳାଇଲେ

ମୋବାଇଲ ଚୋରି ସନ୍ଦେହ: ଯୁବକଙ୍କୁ ଟ୍ରକରେ ବାନ୍ଧି ବିପଜ୍ଜନକ ଭାବେ ଟ୍ରକ ଚଳାଇଲେ

49

କେନ୍ଦ୍ରାପଡ଼ା, ୨୪ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନୀଳାଚଳ ବଜାର ନିକଟ ଭୁତମୁଣ୍ଡାଇ ପୋଲ ଉପରେ ଜଣେ ଯୁବକଙ୍କୁ ଏକ ଟ୍ରକ ସମ୍ମୁଖରେ ବାନ୍ଧି ଟ୍ରକ ଚଳାଇବା ଦୃଶ୍ୟ ମୋବାଇଲରୁ ମୋବାଇଲକୁ ସୋସିଆଲ ମିଡିଆରେ ଘୁରି ବୁଲିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଯୁବକ ଜଣକ ପେଷାରେ ଜଣେ ଟ୍ରକ ଡ୍ରାଇଭର। ସେ ମୋବାଇଲ ଚୋରି କରିଥିବା ସନ୍ଦେହ କରି କେତେକ ଟ୍ରକ ଚାଳକ ଏପରି ଅମାନୁଷିକ କାଣ୍ଡ ଭିଆଇଛନ୍ତି। ଏଥିସହ ଏହାର ଭିଡିଓ କରି ଏହାକୁ ଭାଇରାଲ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଆଲୋଡନ ସୃଷ୍ଟି ହୋଇଛି। କାରଣ ଯୁବକ ଜଣକ ମୋବାଇଲ ଚୋରି କରିଥିବା ଆଇନ୍ ବ୍ୟବସ୍ଥାରେ ପ୍ରମାଣିତ ହୋଇ ନାହିଁ। କେବଳ ସନ୍ଦେହରେ ତାଙ୍କୁ ଏପରି ବିପଜ୍ଜନକ ଭାବେ ଦଣ୍ଡଦେବା ବେଆଇନ୍ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। କାରଣ ଯଦି ଯୁବକ ଜଣକ ଖସି ପଡିଥାନ୍ତେ ତାହା ହେଲେ ଟ୍ରକ ଚକା ତଳେ ତାଙ୍କ ଜୀବନ ଦୀପ ଲିଭି ଯାଇଥାନ୍ତା। କାରଣ ଟ୍ରକର ସମ୍ମୁଖରେ ଯୁବକଙ୍କୁ ବିପଦଜ୍ଜନକ ଅବସ୍ଥାରେ ବନ୍ଧା ଯାଇ ଟ୍ରକକୁ ଚଳା ଯାଇଥିଲା। ଏହି ଦୃଶ୍ୟକୁ ମଧ୍ୟ ଭିଡିଓ ରେକର୍ଡିଂ କରାଯାଇଥିଲା। ପରେ ଏହାକୁ ଭାଇରାଲ କରାଯାଇଥିଲା। ତେବେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ପଚାରିବାରୁ ଉତ୍ତର ମିଳିଲା ଆମ ନିକଟରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ନାହିଁ। ତେଣୁ ଭିଡିଓକୁ ଦେଖି ଅଭିଯୁକ୍ତକୁ ଧରିବା କାଠିକର ପାଠ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.