Home ଓଡ଼ିଶା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ଲାଗି ଅନାଗ୍ରହ

ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ଲାଗି ଅନାଗ୍ରହ

268

ନୟାଗଡ଼, ୨୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନିକଟ ଅତୀତରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଏଥିରେ ଅନେକ ଛାତଛାତ୍ରୀ ବାଧ୍ୟତାମୂଳକ ନିଜ ମାତୃଭାଷା ଓଡ଼ିଆରେ କମ୍ ନମ୍ବର ରଖିଥିବାବେଳେ ସଂସ୍କୃତ ଭାଷାରେ ଅଧିକ ନମ୍ବର ରଖିଥିବା ଦେଖାଦେଇଛି। ମାତୃଭାଷା ଓଡ଼ିଆରେ ଯେତେ ଭଲ ଲେଖିଲେବି ଭଲ ନମ୍ବର ନଥିବାବେଳେ ସଂସ୍କୃତ ଭାଷାରେ ଅଧିକ ନମ୍ବର ରହିଛି। ତେଣୁ ଯେଉଁମାନେ ମାତୃଭାଷା ଓଡ଼ିଆ ବିଷୟ ନେଇ କମ୍ ନମ୍ବର ରଖିଛନ୍ତି ସେମାନେ ପ୍ରଥମରୁ ସଂସ୍କୃତ ଭାଷା କୁ ନନେଇ ଭୁଲ କରିଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ଯାହାକି ସେମାନଙ୍କ ଡିଭିଜନରେ ପ୍ରଭାବ ପକାଇଲା ବୋଲି ଅଭିଯୋଗ କରିଛନ୍ତି। ଯୁକ୍ତ ଦୁଇ ପାଠ୍ୟକ୍ରମରେ ମାତୃଭାଷା ଭାବରେ ଓଡ଼ିଆ ସହିତ ହିନ୍ଦି ଓ ସଂସ୍କୃତ ରଖାଯାଇଛି। ଏଥିମଧ୍ୟରୁ ଛାତ୍ରଛାତ୍ରୀମାନଙ୍କୁ ଇଛାଧିନ ଭାବରେ ଗୋଟିଏ ନେବାକୁ କୁହାଯାଇଛି। କିନ୍ତୁ ସାଧାରଣତଃ ଦେଖିବାକୁ ମିଳିଛି ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାକୁ ଛାଡ଼ି ହିନ୍ଦି ବା ସଂସ୍କୃତ ଭାଷାକୁ ନେଇଛନ୍ତି ସେମାନେ ଶହେରୁ ଶହେ ବା ୮୦/୯୦ ରୁ ଅଧିକ ନମ୍ବର ରଖିବାକୁ ସମର୍ଥ ହୋଇପାରିଛନ୍ତି। କ୍‌ିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ଭାଷାକୁ ଇଛାଧିନ ଭାବେ ନେଇଛନ୍ତି ସେମାନେ କମ୍ ନମ୍ବର ରଖିଥିବା ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି  ା ଅନ୍ୟପକ୍ଷରେ କୁହାଯାଉଛି ହିନ୍ଦି ଓ ସଂସ୍କୃତ ବିଷୟରେ ପ୍ରଶ୍ନପତ୍ର ସହଜ ପଡ଼ୁଛି। ଏଥିରେ ଏକପଦ ବିଶିଷ୍ଟ ଉତ୍ତର ଲାଗି ପ୍ରଶ୍ନ ପଡ଼ିଥାଏ। ପାଂଚ ନମ୍ବର ପାଇବା ଲାଗି ଯେଉଁ ପ୍ରଶ୍ନ ପଚରା ଯାଇଥାଏ ତା’ର ଉତ୍ତର ଅଧିକାଂଶ ସ୍ଥଳରେ ଗୋଟିଏ ଧାଡ଼ିରେ ସମ୍ପୁର୍ଣ୍ଣ ହୋଇଥାଏ। ମାତ୍ର ଓଡ଼ିଆରେ ଛାତ୍ରଛାତ୍ରୀଙ୍କ ବିତ୍‌ବତ୍ତାର ପରୀକ୍ଷା ନେବା ସକାଶେ ଯେଉଁ ପ୍ରଶ୍ନ ପଚରା ଯାଇଥାଏ ତହିଁରୁ ପ୍ରଶ୍ନ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ପାଣ୍ଡିତ୍ୟ ମଧ୍ୟ ଝଲସି ଥାଏ। କିନ୍ତୁ ତଦ୍ୱାରା ଛାତ୍ରଛାତ୍ରୀ କମ୍ ନମ୍ବର ରଖନ୍ତି ଏବଂ ଏହି ଧାରାକୁ ଦେଖି କମ୍‌ରୁ କମ୍ ଛାତ୍ରଛାତ୍ରୀ ଓଡ଼ିଆକୁ ଏକ ମାତୃଭାଷା ବିଷୟ ଭାବେ ଗ୍ରହଣ କରନ୍ତି। ଏହି ବ୍ୟବସ୍ଥା ଓ ଆଭିମୁଖ୍ୟରେ ପରିବର୍ତ୍ତନ ନଆସିଲେ ମାତୃଭାଷା ଓଡ଼ିଆକୁ ଇଛାଧିନ ବିଷୟ ନେଇ ପଢିବା ଲାଗି ଛାତ୍ରଛାତ୍ରୀ ଆଗ୍ରହ ହେବେ ନାହିଁ ବୋଲି ବହୁ ବୁଦ୍ଧିଜୀବୀ ଓ ଅଭିଭାବକ କହିବା ସହିତ ସଂସ୍କୃତ ପରି ଓଡ଼ିଆରେ ପ୍ରଶ୍ନପତ୍ର କରାଯାଇ ଓଡ଼ିଆଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଭାଷା ପ୍ରୀତି ବଢାଯାଉ ବୋଲି ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.