Home ଓଡ଼ିଶା ମୁମ୍ବାଇ ବାସିନ୍ଦାଙ୍କ ପାଇଁ ଖୁସି ଖବର: ଲୋକାଲ ଟ୍ରେନ୍ ୧ ଫେବୃଆରୀରୁ ସାଧାରଣ ଲୋକଙ୍କ ପାଇଁ...

ମୁମ୍ବାଇ ବାସିନ୍ଦାଙ୍କ ପାଇଁ ଖୁସି ଖବର: ଲୋକାଲ ଟ୍ରେନ୍ ୧ ଫେବୃଆରୀରୁ ସାଧାରଣ ଲୋକଙ୍କ ପାଇଁ ପୂର୍ଣ୍ଣ କ୍ଷମତା ସହିତ ଚାଲିବ

66

ମୁମ୍ବାଇ ୨୯-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବାସିନ୍ଦାଙ୍କ ପାଇଁ ଖୁସି ଖବର। ଫେବୃଆରୀ ୧ ରୁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।

ସୂଚନା ଅନୁଯାୟୀ, ସାଧାରଣ ଲୋକଙ୍କ ପାଇଁ ସକାଳ ୭ଟାରୁ ଅପରାହ୍ନ ୧୨ ଟା ଏବଂ ପରେ ସନ୍ଧ୍ୟା ୪ଟାରୁ ରାତି ୯ ମଧ୍ୟରେ ସ୍ଥାନୀୟ ସେବା ଉପଲବ୍ଧ ହେବ ନାହିଁ।

ନିକଟରେ ମୁମ୍ବାଇର ଲାଇଫ୍ ଲାଇନ୍ କୁାଯାଉଥିବା ସ୍ଥାନୀୟ ଟ୍ରେନ୍ କୁ ପୂର୍ଣ୍ଣ କ୍ଷମତା ସହିତ ପୁନଃ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର, ରେଳବାଇ ଏବଂ ବିଏମସିର ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ସମସ୍ତ ଯାତ୍ରୀଙ୍କୁ ଉପନଗରୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟଯେ, ବର୍ତ୍ତମାନର କୋଭିଡ -୧୯ ମହାମାରୀକୁ ଦୃଷ୍ଟିରେ ରଖି କେବଳ କିଛି ଶ୍ରେଣୀର ଯାତ୍ରୀଙ୍କୁ ସ୍ଥାନୀୟ ଟ୍ରେନ ଯୋଗେ ମୁମ୍ବାଇ ଅଞ୍ଚଳରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ଯେଉଁଥିରେ ମହିଳା ଏବଂ ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ବ୍ୟକ୍ତି ମଧ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.