Home କେନ୍ଦୁଝର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରି ବିଷ ପିଇବା ଘଟଣା, ଚିକିତ୍ସାଧିନ ଅବସ୍ଥାରେ ମାର ମୃତ୍ୟୁ

ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରି ବିଷ ପିଇବା ଘଟଣା, ଚିକିତ୍ସାଧିନ ଅବସ୍ଥାରେ ମାର ମୃତ୍ୟୁ

78

ହାଟଡ଼ିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଗତକାଲି ପୁଅକୁ ଶ୍ୱାସରୁଦ୍ଦ କରି ମାରିବାପରେ ମା ବିଷପିଇବା ଘଟଣାରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁ କରିଛି । ପୋଷ୍ଟମଟମ ରିପୋର୍ଟ ମିଳିବାପରେ ଯାଇ ଅଧିକ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ମଦନ ମୋହନ ନାୟକ ସୁଚନା ଦେଇଛନ୍ତି । ଅନ୍ୟପଟେ ମା ମୋନାଲିସା ଏବେ କଟକରେ ଚିକିତ୍ସାଧିନ ଥିବାବେଳେ ଆଜି ସନ୍ଧ୍ୟାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଆଜି ସକାଳେ ତାଙ୍କର ଚେତା ଫେରିବାପରେ ପାଣି ମାଗି ପିଇବା ସହ ନିଜ ପୁଅକୁ ଖୋଜିଥିଲା । ମାତ୍ର ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟାରେ ମୋନାଲିସାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପାଖରୁ ସୁଚନା ମିଳିଛି । ଏଠାରେ ସୁଚନାଯୋଗ୍ୟ ଯେ ସାମାନ୍ୟ ଡିବିରି ଜଳାଇବାକୁ କେନ୍ଦ୍ରକରି ଶାଶୁ ଓ ବୋହୁଙ୍କ ଭିତରେ ଝଗଡା ଲାଗିବାପରେ ବୋହୁ ମୋନାଲିସା ନିଜର ମାନସିକ ଭାରସାମ୍ୟ ହରାଇ ୩ବର୍ଷର ପୁଅ ଦ୍ୱୀପାଶୁଂକୁ ଶ୍ୱାସରୁଦ୍ଧ କରି ହତ୍ୟା କରିବାପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.