Home ଜିଲ୍ଲା ପରିକ୍ରମା ମୁଖ୍ୟ ରାସ୍ତାକଡରେ ବିପଦ ସଂକୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ,ବନବିଭାଗ କି ପ୍ରଶାସନର ନିଘାନାହିଁ

ମୁଖ୍ୟ ରାସ୍ତାକଡରେ ବିପଦ ସଂକୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ,ବନବିଭାଗ କି ପ୍ରଶାସନର ନିଘାନାହିଁ

314

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ସିଡିଓମଓ କାର୍ଯ୍ୟାଳୟ ନିକଟ ପରୁଣା ହସପିଟାଲ ଛକ ଠାରୁ ଡିଆରଡିଏ କାର୍ଯ୍ୟାଳୟକୁ ଯାଇଥିବା ମୁଖ୍ୟ ରାଜ୍ୟରାଜପଥ କଡରେ ବିପଦସଂକୁଳ ଅବସ୍ଥାରେ ବହୁନିଦ ଧରି ଏକ ଶୁଖିଲା ସାଗୁଆନ ଗଛଟି ରହିଛି । ଏହି ରାସ୍ତାଦେଇ ପ୍ରତିଦିନ କଲେଜ, ହାଇସ୍କୁଲ ର ଶହଶହ ଛାତ୍ର ଛାତ୍ରୀ ଙ୍କ ସହିତ ଡିଆରଡିଏ,ସିଡିଓମଓ,ଜିଲ୍ଲାପାଳ ଆଦି ଅଫିସର କର୍ମଚାରୀ ଙ୍କ ସହିତ ଖୋଦ ଜିଲ୍ଲାପାଳ, ଏସପି ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ଯାତାୟତ କରିଥାନ୍ତି । ଗଛ ନିକଟରେ ସରକାରି କର୍ମଚାରୀ ମାନଙ୍କ ବାସଭବନ ମଧ୍ୟ ରହିଛି । ଏହି ରାସ୍ତାରେ ଯାତ୍ରୀବାହୀ ବସ,ଅନ୍ୟାନ ଯାନବାହନ ଚଳାଚଳ କରିଥାଏ । ଗଛଟର ମୁଳକୁ ଉଇ ଖାଇ ଦେଇଥିବାରୁ ତାହା ମରି ଯାଇ ସୁଖି ଯାଇଛି । ଟିକିଏ ବର୍ଷା କି ପବନ ହେଲେ କତେ ବେଳେ ଉପୁଡି ପଡି ବାଟୋଇ ଙ୍କ ଉପରେ ପଡିବାର ବହୁତ ଆଶଙ୍କା ରହିଛି । ଏହି ରାସ୍ତାରେ ଜିଲ୍ଲାସ୍ତରୀୟ ଅଧିକାରୀ ନେତା ମନ୍ତ୍ରୀ ମାନେ ଯାତାୟତ କରୁଥିଲେ ମଧ୍ୟ କାହାରି ଟିକିଏବି ନିଘା ନଥିବାରୁ ସହରବାସି ଙ୍କ ପାଇଁ ଏହି ଶୁଖିଲା ଗଛଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ବନବିଭାଗ, ଅଗ୍ନିଶମ ବିଭାଗ,ରାସ୍ତାଓ ଗୃହ ନିର୍ମାଣ ବିଭାଗ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନିକ ଅଧିକାରୀ ଏହି ଶୁଖିଲା ବିପଦସଙ୍କୁଳ ଅବସ୍ଥାରେ ଥିବା ଗଛଟିକୁ ଦେଖି ନଦେଖିଲା ପରି ପଳାଇଥାନ୍ତି । ଯେତେବେଳେ ଗଛଟି କାହାଉପରେ ପଡି ଧନଜୀବନ ନଷ୍ଠହେବ ସେତେବେଲେ ଜିଲ୍ଲାପ୍ରଶାସନ ସହିତ ଅନ୍ୟାନ ବିଭାଗର ଅଧିକାରୀ ମାନଙ୍କ ନିଦ ଭାଙ୍ଗିବ, ସେତେବେଳକୁ ନେଡି ଗୁଡ କହୁଣିକୁ ବୋହି ଯାଇଥିବା । ବେଲୁ ହିଁ ସାବଧାନ ନହେଲେ ପରିଣାମ ଭୟାବହ ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.