Home ଓଡ଼ିଶା  ମା ଖିଲାମୁଣ୍ଡା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି

 ମା ଖିଲାମୁଣ୍ଡା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି

66

ନୟାଗଡ/୨୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ଗଡଜାତ ର ରାଜା ମାନଙ୍କର ଆରାଧ୍ୟ ଠାକୁରାଣୀ ହେଉଛନ୍ତି ମା ଖିଲାମୁଣ୍ଡା । ରଣପୁର ରିଜର୍ଭ ଜଙ୍ଗଲ ରାଆଁଳା ଗ୍ରାମ ନିକଟରେ ମା ଖିଲାମୁଣ୍ଡା ଙ୍କ ମନ୍ଦିର । ପ୍ରତିବର୍ଷ  ଭଳି ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଚଳିତ ବର୍ଷ ଶେଷ ହୋଇଯାଇଅଛି । ବଡମାଳ ଓ ସାନମାଳ ଅଂଚଳ ର ଅଧିବାସୀ ମାନଙ୍କ ପୁର୍ଣ୍ଣ ସହଯୋଗ ରେ ଯଜ୍ଞ ହୋଇଯାଇଅଛି । ମାର୍ଚ୍ଚ ୧୮ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୨ ତାରିଖ ରେ ପୁର୍ଣ୍ଣାହୁତି ହୋଇଯାଇଅଛି । ରଣପୁର ସମେତ ନୟାଗଡ ଓ ବାଣପୁର ଅଂଚଳ ରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ମହାଯଜ୍ଞ ରେ ଅଂଶ ଗ୍ରହଣ କରିଥିଲେ ।

ମାଳ ଅଂଚଳ ରେ ଦୋକାନ ବଜାର ନଥିବାରୁ ଏହି ଯଜ୍ଞ  ସମୟରେ ଏଠାରେ ଦୋକାନ ବଜାର ପଡିବା ଯୋଗୁଁ ଲୋକମାନେ ବର୍ଷ ଜାକର ଘର କରଣା ସାମଗ୍ରୀ କ୍ରୟ କରିଥାନ୍ତି । ବାବା ସତ୍ୟ ସନାତନ ଦାସ ଏହି ପୀଠରେ ମହନ୍ତ ଭାବେ ରହି ଆସୁଛନ୍ତି । ମହାଯଜ୍ଞ ରେ ଆଚାର୍ଯ୍ୟ ଭାବେ ଜାନକୀ ବଲ୍ଲଭ ମହାପାତ୍ର ପୁର୍ଣ୍ଣାହୁତି ପ୍ରଦାନ କରିଥିବା ବେଳେ ବନ୍ଧମୁଣ୍ଡା ସରପଞ୍ଚ ଅଜୟ କୁମାର ପ୍ରଧାନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହ କୋଭିଡ୍ କଟକଣା ଓ ସାମାଜିକ ଦୁରତ୍ୱ ବଜାଇ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.