Home ଓଡ଼ିଶା ରଣପୁର ବ୍ଲକ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ବୈଠକ

ରଣପୁର ବ୍ଲକ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ବୈଠକ

47

ନୟାଗଡ/୨୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁଶ୍ରୀ ସଙ୍ଗିତା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ବୈଠକ ମାର୍ଚ୍ଚ ୨୨ ତାରିଖ ରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ , ଆଇନ୍‌ଜିବୀ ସୁରେଶ ଚନ୍ଦ୍ର ମିଶ୍ର , ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ପୁର୍ବତନ ସରପଞ୍ଚ ପ୍ରତିଭା ମହାନ୍ତି , ନର୍ମଦା ରାୟ , ଅମ୍ରିତା ମିଶ୍ର  ,ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ ।

ଅଙ୍ଗନାୱାଡି କର୍ମୀ ମାନଙ୍କୁ  ରଣପୁର ବ୍ଲକ ରେ ଠିକ୍ ସମୟରେ ଦରମା ମିଳୁନଥିବା , ୨୦୧୯-୨୦ ମସିହାର ଟିଏ.ଡିଏ. ପ୍ରଦାନ ନକରିବା ଓ ସିଡିପିଓ ଙ୍କ ନାମରେ ଆସୁଥିବା ଫ୍ଲେସ୍କି ଫଣ୍ଡ ସଦୁପଯୋଗ ନହେବା ବିଷୟ ରେ ଆଲୋଚନା କରାଯାଇଥିଲା । ଯାହାକୁ ନେଇ ରଣପୁର ବିଧାୟକ ଘୋର ଉଦବେଗ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ବ୍ଲକ ଘେରାଉ କରିବେ ବୋଲି ନିଷ୍ପତି ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.