Home ଜିଲ୍ଲା ପରିକ୍ରମା ମାଲକାନିଗିରି ଜିଲ୍ଲାର ଉନ୍ନତିପାଇଁ ବିଜେପି ଦଳର ନେତା  ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ

ମାଲକାନିଗିରି ଜିଲ୍ଲାର ଉନ୍ନତିପାଇଁ ବିଜେପି ଦଳର ନେତା  ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ

75

ମାଲକାନଗିରି,୨୧ା୧୦ (ଓଡିଆ ପୁଅ ) ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ମାଲକାନଗିରି ବିଜେପି ଦଳ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଙ୍କୁ ଭେଟି ପୁସ୍ପମାଲ୍ୟାର୍ପଣ କରି ସମ୍ବୋର୍ଦ୍ଦନା ଜ୍ଞାପନ କରିବା ସହିତ ଜିଲ୍ଲାର ଉନ୍ନତି ଓ ବିଭିନ୍ନ ଦାବିନେଇ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରି ସ୍ମାରକପତ୍ର ପ୍ରଦାନକରିଛନ୍ତି । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ସ୍ୱାସ୍ଥ୍ୟ, ଶିକ୍ଷା,ଗମନାଗମନ, ପାନୀୟଜଳ ଯୋଗାଣ,ବାର୍ଦ୍ଦକ୍ୟଭତା, ରେଳଲାଇନ ସଂଯୋଗିକରଣ,ସାମାଜିକ ସେବା,ରାସ୍ତାଘାଟ ନିର୍ମାଣ,ବିଦ୍ୟୁତକରଣ,ଟେଲିଫୋନ, ମୋବାଇଲ ସେବା ଆଦି ଦାବିନେଇ ବିଧାୟକ ଆଦିତ୍ୟମାଢୀ,ପୁବ ର୍ତନ ସାଂସଦ ବଳଭଦ୍ରମାଝୀ,ବିଜେପି ଜିଲ୍ଲାସଭାପତି ଅଶୋକକୁମାର ପରିଡା,ନବଘନ ଲୋକେଇ, ସଜଂୟ ସରକାର,ସାମଲ ସୁନାନୀ,ମାଣିକଲାଲ ଚକ୍ରବର୍ତି, ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.