Home ଓଡ଼ିଶା ବସରୁ ଖସି ପଡି ଯାତ୍ରୀ ଗୁରୁତର

ବସରୁ ଖସି ପଡି ଯାତ୍ରୀ ଗୁରୁତର

315

ଯୋଡା, ୨୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) । ସୋମବାର ଦିନ ଅପରାହ୍ନରେ ବୈଷ୍ଣୋଦେବୀ (ଓଆର୦୯ଜି-୨୨୭୬) ଯାତ୍ରୀବାହୀ ବସରୁ ଖସି ପଡିପା ପରେ ପଛ ଚକ ଚଢି ଯାଇ ରୟା ହେମ୍ବ୍ରମ ନାମକ ଜଣେ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ବସ୍ ଟି ଯୋଡାରୁ କାଳିମାଟି ଅଭିମୁଖେ ଯାଉଥିବା ବେଳେ ରୟା ହେମ୍ବ୍ରମ, ତାଙ୍କ ସ୍ତ୍ରୀ ସସ୍ମିତା, ଭାଣିଜୀ ଗୀତା ମୁଣ୍ଡା ଏବଂ ତାଙ୍କ ଝିଅ ରଶ୍ମୀ ଯୋଡାରୁ ଲକ୍ଷ୍ମୀ ପୂଜା ମେଳା ବୁଲି ବାମେବାରୀ ନିଜ ଘରକୁ ଫେରୁଥିଲେ । ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସରେ ଠିଆ ହୋଇ ଯାଉଥିବା ବେଳେ ଡ୍ର୍ାଇଭର ଏବଂ ହେଲଫର ଅସାବଧାନତା ଯୋଗୁଁ ଯାତ୍ରୀ ଜଣଙ୍କ ବସର ଦ୍ୱାରା ଦେଇ ତଳକୁ ଖସି ପଡିଥିଲା । ଫଳରେ ପଛ ଚକଟି ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପର ଦେଇ ଚଢି ଚାଲିଯାଇଥିଲା । ଯାତ୍ରୀମାନେ ଚିକ୍ରାର କରିବାକୁ କିଛି ବାଟରେ ବସଟି ଠିଆ ହେବାରୁ ଯାତ୍ରୀମାନେ ତଳକୁ ଓହ୍ଲାଇ ରୟା ହେମ୍ବ୍ରମ ମରିଯାଇଥିବା ଭାବି ବସଟିକୁ ନେଇ ସେଠାରୁ ପଳାଇଥିଲେ । ପରେ ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚô ଗୁରୁତର ରୟାଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଆଣିଥିଲେ । ସେ ସଙ୍ଗ୍ୟାହୀନ ଅବସ୍ଥାରେ ଥିବା ବେଳେ ତାଙ୍କ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ପୁଲିସ ଦୁର୍ଘଟଣା ଘଟାଇଥିବା ବସଟିକୁ ଜବତ କରିଛି । ଏହି ବସ୍ଟି ଯୋଡା ଅଞ୍ଚଳର ସୁରଥ କୁମାର ପୃଷ୍ଟୀଙ୍କର ବୋଲି ଜଣାପଡିଛି । ସରକାର ୧୫ ବର୍ଷରୁ ଅଧିକ ପୁରୁଣା ଜାନବାହାନକୁ ନିଶିଦ୍ଧ କରିଥିବା ବେଳେ ଏହି ବସଟି ୨୦୦୫ ମସିହାର ବୋଲି ଜଣାପଡିଛି । ଯୋଡାରୁ କାଳିମାଟି ପର୍ଯ୍ୟନ୍ତ ଯାଉଥିବା ପ୍ରାୟ ସମସ୍ତ ବସରେ ଧାର୍ଯ୍ୟ ପରିମାଣଠୁ ଅଧିକ ଯାତ୍ରୀ ପରିବହନ କରାଯାଇଥାଏ । ସିଟି ରାଇଡ ବସ ଗୁଡିକରେ ୧୭ଟି ସିଟ୍ ଥିବା ବେଳେ ୫୦ରୁ ଉର୍ଦ୍ଧୃ୍ୱ ଯାତ୍ରୀ ଏଥିରେ ପରିବହବ କରାଯାଉଥିବା ବେଳେ ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ବଡବିଲ ଏମ୍.ଭି.ଆଇ.ଙ୍କ ବସ ମାଲିକ ପ୍ରୀତି ତାଙ୍କର ଅସାଧୁ କାର୍ଯ୍ୟ ଶୈଳିକୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.