Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ୬୦ତମ ପୁଲିସ ସହୀଦ ଦିବସ ପାଳିତ

ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ୬୦ତମ ପୁଲିସ ସହୀଦ ଦିବସ ପାଳିତ

96

ମାଲକାନଗିରି,୨୧ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ୬୦ତମ ପୁଲିସ ସହୀଦ ଦିବସ ଆଜି ସକାଳେ ଜିଲ୍ଲାପୁଲିସ ପଡିଆ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାଆରକ୍ଷୀ ଅଧୀକ୍ଷକ ରିଶିକେଶ ଖିଲାରୀ ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଲିସ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ସମଗ୍ର ଦେଶ,ରାଜ୍ୟ ଓ ଜିଲ୍ଲାରେ ମାଟି ମା ପାଇଁ ନିଜ ଜୀବନକୁ ବଳୀ ଦାନଦେଇ ସହୀଦ ହୋଇଥିବା ପୁଲିସ ଓ ଯବାନ ଙ୍କ ପ୍ରତି ଗଭୀରଶ୍ରଦ୍ଧାଜଂଳୀ ଜ୍ଞାପନ କରି ଅମର ସହୀଦ ମାନଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରେ ସହୀଦଙ୍କ ଉଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଠାଇଥିବା ବାର୍ତାକୁ ଏସପି ଶ୍ରୀ ଖିଲାରୀ ପାଠକରିଥିଲେ । ସମଗ୍ର ଦେଶରେ ୨୯୨ଜଣ,ଓଡିଶା ରାଜ୍ୟରେ ୨ଜଣ ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ଜଣେ ଚଳିତ ବର୍ଷ ସହିଦ ହୋଇଛନ୍ତି । ବିଶେଷ କରି ଗତ ଅଗଷ୍ଟ ମାସ ୨୮ତରିଖରେ ଡାବୁଗୁଡା ପାହଡରେ ପୁଲିସ ମାଓବାଦୀଙ୍କ ଗୁଳିବିନିମୟରେ ମାଲକାନଗିରି ଜିଲ୍ଲାର ଡିଭିଏଫ ଯବାନ ଜୟରାମ କବାସୀ ସହିଦ ହୋଇଥିବାରୁ ତାଙ୍କଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା । ପ୍ୟାରେଡ ପରେ ଏସପି ଓ ଅନ୍ୟାନ ଅଧିକାରୀ ମାନେ ପୁଲିସ ସହୀଦ ସ୍ମୃତିସ୍ତମ୍ବରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଅବସରରେ ବିଧାୟକ ଆଦିତ୍ୟମାଢି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ପ୍ରୋବେସନାରୀ ରେ ଥିବା ଆଇପିଏସ ପ୍ରହ୍ଲାଦ ମୀନା,ସହକାରୀ ଏସପି ଉଦ୍ଧବଚରଣ ନାୟକ,ଏସଡିପିଓ ମାନସ ରଂଜନ ବାରିକ,ଡିଏସପି ଅକ୍ଷୟ କୁମାର ନାୟକ,ଡିଏସପି ଚିନ୍ମୟ କୁମାର ନାୟକ,ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗ ପ୍ରମୁଖ ବିଶିଷ୍ଟବ୍ୟକ୍ତି ବିଶେଷ ଅନ୍ୟାନ ପୁଲିସ ଅଧିକାରୀ ମାନେ ଯୋଗଦେଇ ସହୀଦଙ୍କ ପ୍ରତି ଗଭିର ଶ୍ରଦ୍ଧାଜଂଳି ଜଣାଇଥିଲେ । ପୁଲିସ ରିଜର୍ଭଇନିସ୍ପେକ୍ଟର ବିକ୍ରମ ଦାଶ ଓ ହୋମଗାର୍ଡ ଆରଆଇ ସ୍ୟାମସୁନ୍ଦର ସୋରେନ ପ୍ୟାରେଡ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.