Home ଓଡ଼ିଶା ପୁରୀ : ପୁରାତନ ମାର୍କେଟ କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା

ପୁରୀ : ପୁରାତନ ମାର୍କେଟ କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା

138

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଥିବା ବହୁପୁରାତନ ପୁରୀ ପୌରସଂସ୍ଥାର ମାର୍କେଟ ଗୃହକୁ ଅସୁରକ୍ଷିତ ଘୋଷଣା କରାଯିବା ପରେ ମାର୍କେଟ ମଧ୍ୟରେ ଥିବା ଦୋକାନ ଗୃହର ମାଲିକମାନଙ୍କୁ ଘର ଖାଲି କରିବା ପାଇଁ ନୋଟିସ ଦିଆଯାଇଥିଲା। ଆଜି ସକାଳ ୭ଟା ବେଳେ ପୌରସଂସ୍ଥା ପକ୍ଷରୁ ବୁଲ ଡ଼ୋଜର ଲଗାଇ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହି ଯାଗାରେ ଏକ ଅତ୍ୟାଧୁନିକ ବହୁ ତାଲା ବିଶିଷ୍ଟ ମାର୍କେଟ ଗୃହ ନିର୍ମାଣ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଊଚ୍ଛେଦ ହୋଇଥିବା ଦୋକାନିମାନଙ୍କୁ ଏହି ଠାରେ ଥଇଥାନ କରାଯିବ। ଆଜିର ଏହି କୋଠା ଭଙ୍ଗା ଯିବା ସମୟରେ ଜିଲାପାଳ ବଲୱନ୍ତ ସିଂହ, ପୌରସଂସ୍ଥା କାର୍ଯ୍ୟନିବାର୍ହୀ ଅଧିକାରୀ ବିଜୟ କୁମାର ଦାସ, ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରାକ୍ଷା ପାଇଁ ୨ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ମୋଚି ସାହିରେ ଥିବା ମହୋଦଧୀ ମାର୍କେଟର ସମସ୍ତ ଦୋକନଗୁଡ଼ିକ ଖାଲି କରିଦିଆଯାଇଛି। ସେଠାରେ ମଧ୍ୟ ଏକ ବହୁତାଲା ମାର୍କେଟ ନିର୍ମାଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.