Home ଜିଲ୍ଲା ପରିକ୍ରମା ମାଲକାନଗିରିରେ ଅଘଟଣ,ରାଇସ୍‌ମିଲ ର କାନ୍ଥଭୁଷୁଡି ଜଣେ ମୃତ,୧୪ଜଣ ଆହତ

ମାଲକାନଗିରିରେ ଅଘଟଣ,ରାଇସ୍‌ମିଲ ର କାନ୍ଥଭୁଷୁଡି ଜଣେ ମୃତ,୧୪ଜଣ ଆହତ

83

ମାଲକାନଗିରି,୨୭ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବ୍ଲକକଲୋନି ନିକଟରେ ଥିବା ତ୍ରୀନାଥ ମର୍ଡନରାଇସ୍ ମିଲ ଭିତରେ ୧୫ଜଣ ଶ୍ରମିକ କୁଣ୍ଡାବସ୍ତା ବାହାର କରୁଥିବା ସମୟରେ ନିକଟରେ ଲାଟମରା ହୋଇ ରହିଥିବା ଶହଶହ ଧାନବସ୍ତା କାନ୍ଥଆଡକୁ ଢଳିପଡିଥିଲା । ଯାହା ଫଳରେକି ପୁରଣା କାନ୍ଥଟି ଭୁଷୁଡି ପଡିବାରୁ ସେଠାରେ କାମକରୁଥିବା ଶ୍ରମିକ ମାନଙ୍କ ଉପରେ ଧନବସ୍ତା ଓ କାନ୍ଥପଡି ସମସ୍ତେ ଚାପିହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ମିଲମାଲିକ ଅଗ୍ନିଶମ ବିଭାଗ କୁ ଫୋନକରିଥିଲେ । ଘଟଣାସ୍ଥଳରେ ଆଗ୍ନିଶମ ବିଭାଗ କର୍ମାଚାରୀ,ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ଶୌମେନ୍ଦ୍ର ତ୍ରୀପାଠୀ ପହଁଚି ଧାନବସ୍ତା ଓ କାନ୍ଥତଳେ ଚାପିହୋଇ ରହିଥିବା ୧୫ଜଣ ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସପିଟାଲକୁ ପଠାଇଥିଲେ । ୧୫ଜଣ ଙ୍କ ମଧ୍ୟରୁ ନୁଆଗୁଡା ଗ୍ରାମର ବିଶାଲ ବାଗ(୧୯) ନାମକ ଯୁବକ ହସପିଟାଲରେ ପହଁଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଥିଲେ । ଅନ୍ୟ୧୪ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରତର ଥିବା ବେଳେ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନହେବାରୁ ଡାକ୍ତରମାନେ ତାଙ୍କୁ କୋରାପୁଟ ସହିଦ ଲକ୍ଷମ୍‌ଣ ନାୟକ ମେଡିକାଲ କଲେଜ ହସପିଟାଲ କୁ ସ୍ଥାନାନ୍ତର କରିଛନ୍ତି । ଏହି ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ଭାଜପା ଦଳର ଏକ ଟିମ ପହଁଚି ମୃତ ଶ୍ରମିକ ପରିବାରଙ୍କୁ ଉପଯୁକ୍ତ କ୍ଷତି ପୁରଣ ଦେବା ସହ ଆହତ ମାନଙ୍କ ଚିକିତ୍ସା ଖର୍ଚ ମିଲ ମାଲିକ ବହନ କରିବା ପାଇଁ ଦାବିକରିଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନାରେ ଏକ କେସ ରୁଜୁକରା ଯାଇଛି । ମୃତ ଶ୍ରମିକର ଶବ ବ୍ୟବଛେଦ ପାଇଁ ମାଲକାନଗିରି ହସପିଟାଲକୁ ପୁଲିସ ପଠାଇ ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.