Home କୋରାପୁଟ ମାନବାରଠାରେ ପଂଚାୟତସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ମାନବାରଠାରେ ପଂଚାୟତସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

58

କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ  ପଂଚାୟତସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁର୍ନୀତିକୁ ରୋକିବା ପାଇଁ ଉପସ୍ଥିତି  ଲୋକମାନଙ୍କୁ ପରାମର୍ଶ ଦେବା ସହ ଶପଥ ପାଠ କରାଇଥିଲେ ।ଭିଜିଲାନସ ଡିଏସପି ଏ.ପି.ମଲ୍ଲିକ ,ମାନବାର ପଂଚାୟତର ସରପଂଚ ସୁନାମଣି ଜାନି ଓ ମାନବାର ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ମିନା କୁମାରୀ ସ୍ୱାଇଁ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଆୟୋଜିତ ରଚନା ଓ ବକୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ମାନବାର ପଂଚାୟତ ନିର୍ବାହୀ ଅଧିକାରୀ ରଞ୍ଜିତ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.