Home କେନ୍ଦୁଝର ମାଟ୍ରିକ ପରୀକ୍ଷାରେ ହାଟଡିହି ହାଇସ୍କୁଲର ସଫଳତା

ମାଟ୍ରିକ ପରୀକ୍ଷାରେ ହାଟଡିହି ହାଇସ୍କୁଲର ସଫଳତା

70

ହାଟଡ଼ିହି, ୨୯ /୬/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ହାଟଡିହି ହାଇସ୍କୁଲ ବିଶେଷ ସଫଳତା ହାସଲ କରି ତାର ପୁର୍ବର ହଅତଗୌରବ ଫେରାଇ ଆଣିଛି । ବିଦ୍ୟାଳୟଟି ଶତ ପ୍ରତିଷତ ସଫଳତା ହାସଲ କରିଛି । ମୋଟ ୫୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୫ଜଣ, ଏ-୨ରେ ୯ଜଣ, ବି-୧ରେ ୯ଜଣ, ବି-୨ରେ ୧୫ଜଣ, ସିରେ ୧୦ଜଣ ଓ ଡିରେ ୮ଜଣ ଓ ଡ଼ରେ ଜଣେ ଉତ୍ତିର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ତଥା ବେତୀରା ଗ୍ରାମର କୁଳମଣୀ ସାମଲଙ୍କ ପୁତ୍ର ସାଇ ରୁଦ୍ରନାରାୟଣ ସାମଲ ୫୮୧ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ଗୋପ ଗ୍ରାମର ଚନ୍ଦନ ବରାଳଙ୍କ ପୁଅ ନିସିତ ବରାଳ ୫୪୬ ମାର୍କ ରଖି ଦ୍ୱିତୀୟ, ଛେନାପଦିଛକର ତାପସ କୁମାର ରାୟଙ୍କ ପୁଅ ସତ୍ୟଜିତ ରାୟ ୫୪୧ମାର୍କ ରଖି ୩ୟ, କପୁଣ୍ଡି ଗ୍ରାମର ସୁଶାନ୍ତ କୁମାର ଜେନାଙ୍କ ପୁଅ କ୍ଷୀରୋଦ କୁମାର ଜେନା ୫୪୦ମାର୍କ ରଖି ଚତୁର୍ଥ ଓ ଏଲକଣା ଗ୍ରାମର ପ୍ରମୋଦ କୁମାର ଦାସଙ୍କ ପୁଅ ପ୍ରୀତମ କୁମାର ଦାସ ୫୪୦ମାର୍କ ରଖି ପଞ୍ଚମ ସ୍ଥାନେ ହାସଲ କରିଛନ୍ତି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.