Home ଓଡ଼ିଶା ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଜିଲ୍ଲାପୁଲିସ ପକ୍ଷରୁ ନିର୍ଭୟା ପାଟ୍ରୋଲିଂ ଟିମ ଉଦଘାଟିତ

ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଜିଲ୍ଲାପୁଲିସ ପକ୍ଷରୁ ନିର୍ଭୟା ପାଟ୍ରୋଲିଂ ଟିମ ଉଦଘାଟିତ

38

ମାଲକାନଗିରି,୮ା୩ (ଓଡିଆ ପୁଅ )ମହିଳାମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଜିଲ୍ଲାପୁଲିସ ପକ୍ଷରୁ ନିର୍ଭୟା ପାଟ୍ରୋଲିଂ ଟିମ ଉଦଘାଟିତ ହୋଇଯାଇଛି । ଆଜି ଆନ୍ତର୍ଜାତୀୟ ମହିଳାଦିବସ ଅବସରରେ ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଏସପି ରିଶିକେଶ ଡି ଖିଲାରୀ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୪ଜଣ ତାଲିମ ପ୍ରାପ୍ତ ମହିଳା କନେଷ୍ଟବଳ ଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି । ସେମାନଙ୍କୁ ସାତଟି ନୂତନ ସ୍କୁଟି,ସାତଟି ହ୍ୟାଣ୍ଡମାଇକ,୧୪ଟି ହେଲମେଟ ସହିତ ସୁରକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଛି । ମାଲକାନଗିରି ସଦର ଆଦର୍ଶ ଥାନାକୁ ୪ଟି ସ୍କୁଟିରେ ୮ଜଣ ମହିଳା ପୁଲିସ ଓ ଓର୍କେଲ ଥାନାକୁ ୩ଟି ସ୍କୁଟିରେ ୬ଜଣ ମହିଳା ପୁଲିସ ପାଟ୍ରୋଲି ଂକରିବେ । ଏହି ନିର୍ଭୟା ପାଟ୍ରୋଲିଂ ଟିମ ସ୍କୁଟିରେ ହ୍ୟାଣ୍ଡ ମାଇକ ଧରି ବିଭିନ୍ନ ଅଚଂଳକୁ ଯଥା କଲେଜ,ହାଇସ୍କୁଲ,ବସଷ୍ଠାଣ୍ଡ,ହାଟବଜାର,ଜନଗହଳି ସ୍ଥାନରେ ପାଟ୍ରୋଲିଂ କରିବା ସହିତ ମହିଳା ମାନଙ୍କୁ ସୁରକ୍ଷା ଦେଇ ବିପଦରେ ପଡିଥିବା ଯୁବତୀ ଓ ମହିଳା ମାନଙ୍କୁ ସହାୟତା ଯୋଗାଇ ଦେବେ । ମହିଳା,ନାରି ନିର୍ଯୟାତନା ଓ ବାଲ୍ୟବିବାହ ରୋକିବା ଦିଗରେ ଜନସଚେତନା କରିବେ ବୋଲି ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ,ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ,ମାଲକାନଗିରି ଆଦର୍ଶଥାନା ଆଇଆଇସି ରାମପ୍ରସାଦ ନାଗ,ଓର୍କେଲ ଥାନା ଆଇଆଇସି ସୁଭେନ୍ଦୁ ତ୍ରୀପାଠୀ,କାଲିମେଳା ଥାନା ଆଇଆଇସି ଜଗଦିଶ ବାରା ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତି ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.