Home ଜିଲ୍ଲା ପରିକ୍ରମା ମରଣାନ୍ତକ ଆକ୍ରମଣର ଅଭିଯୁକ୍ତ ପତି-ପତ୍ନୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣର ଅଭିଯୁକ୍ତ ପତି-ପତ୍ନୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

11

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତ ପତି ବିରଞ୍ôଚ ବିଶ୍ୱାଳ ଓ ତାଙ୍କ ପତ୍ନୀ ଜମ୍ବୁବତୀଙ୍କୁ ଦଫା ୩୨୫ ମୂଳେ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୨୦୧୮ ମସିହା ଜାନୁଆରୀ ୧୪ ତାରିଖ ଦିନ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ମଂଜୁରୀ ଗ୍ରାମର ବନମାଳୀ ବିଶ୍ୱାଳଙ୍କ ପୁତ୍ର ମନୋଜ ନିଜ ନଳକୂପରୁ ପାଣି ଆଣୁଥିବାବେଳେ ତାଙ୍କ ଭାଇ ବିରଞ୍ôଚ ଓ ପତ୍ନୀ ଜମ୍ବୁବତୀ ପାରିବାରିକ ପୂର୍ବ ଶତ୍ରୁତାକୁ ନେଇ ଏକ କଟୁରୀରେ ମରଣାନ୍ତ ଆକ୍ରମଣ କରିଥିଲେ । ଫଳରେ ମନୋଜ ଗୁରୁତର ଭାବେ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ମନୋଜଙ୍କ ଅଭିଯୋଗ ମୂଳେ ସ୍ଥାନୀୟ ଥାନାରେ ଉଭୟ ଅଭିଯୁକ୍ତଙ୍କ ନାମରେ ଥାନା କେଶ୍ ନଂ ୧୨୦/୧୮, ଦଫା ୩୦୭ ରେ ଏକ ମାମଲା ରୁଜୁ ହୋଇଥିଲା । ପରେ ସେମାନେ ଗିରଫ ହୋଇ ଜାମିନରେ ଥିଲେ । ଏହି ମାମଲାଟିର ବିଚାର କୋର୍ଟରେ ଏସ୍‌ଟି ନଂ ୭୭/୪୨/୨୦୧୯ ରେ ବିଚାରାଧୀନ ଥିବାବେଳେ ଆଜି ବିଚାରପତି ଉଭୟ ପତି-ପତ୍ନୀଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲାଟିର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.