Home କେନ୍ଦ୍ରାପଡ଼ା ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜରିମାନା ଆଦାୟ

ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ଅଭିଯୁକ୍ତଙ୍କ ଠାରୁ ୫ହଜାର ଜରିମାନା ଆଦାୟ

44

କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଗତ ଶୁକ୍ରବାର ରାତିରେ ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ୨ଜଣ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ସଦର ଥାନା ପୋଲିସ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାଇ ଗାଡିନମ୍ବର – ଓଡି- ୦୨- ଏଜେଡ- ୮୨୩୩ ବିଶିଷ୍ଟ କାରରେ ୨ଜଣ ଯୁବକ ଓ ଜଣେ ଯୁବତୀ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ଗତ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ଏକ ରାସ୍ତାଉପରେ ମଦପିଇ ପାଟିତୁଣ୍ଡ କରୁଥିଲେ। ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସଦର ଥାନା ପୋଲିସ ସେମାନଙ୍କୁ ଥାନାକୁ ଆଣିବା ସହ ସେମାନଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.