Home Top News ଜେଲ ଭିତରେ ଅନ୍ତେବାସୀନି ମହିଳାଙ୍କୁ ଧର୍ଷଣ ଅଭିଯୋଗ

ଜେଲ ଭିତରେ ଅନ୍ତେବାସୀନି ମହିଳାଙ୍କୁ ଧର୍ଷଣ ଅଭିଯୋଗ

68

ବଲାଙ୍ଗୀର, ୦୭-୦୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ କାରାଗାରରେ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି। ଇତି ମଧ୍ୟରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟରେ ଡାକ୍ତରଖାନା ପରିସରରେ ଭିନ୍ନକ୍ଷମ ନାବାଳିକାକୁ ଧର୍ଷଣ କରାଯାଇଥିବା ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ଜେଲ ଭିତରେ ଥିବା ଜଣେ ଅନ୍ତେବାସୀନିଙ୍କୁ ବିବାହ ପ୍ରଲୋଭନ ଦେଖାଇ ସେହି ଜେଲରେ ଥିବା ଆଉଜଣେ ଅନ୍ତେବାସୀ ପ୍ରଥମେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୀ ପରେ ବାରମ୍ବାର ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଏ ନେଇ ସମ୍ପୃକ୍ତ ଅନ୍ତେବାସିନୀ ଶନିବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଛନ୍ତି।

ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରଖି ଅଧିକ୍ଷକ ଘଟଣାକୁ ସ୍ୱୀକାର କରି ଅଧିକ ତଦନ୍ତ ଆରମ୍ଭ କରାଯିବା ସହ ଆଜି ଡାକ୍ତରୀ ମାଇନା ଉଭୟଙ୍କୁ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପ୍ରକାଶ କରିଛନ୍ତି। ତେବେ ଜେଲ ଭିତରେ ଜେଲ କର୍ତ୍ତୃପକ୍ଷ ଥାଇ ଏଭଳି ଘଟଣା କିଭଳି ଘଟିଛି ସେ ନେଇ ଜେଲ କର୍ତ୍ତୃପକ୍ଷ କିଛି ଉତ୍ତର ଦେଇପାରି ନ ଥିବା ବେଳେ ତାଙ୍କ କାର୍ଯ୍ୟଦକ୍ଷତା ସ୍ପଷ୍ଟ ପ୍ରମାଣିତ ହେଉଛି।

ସୂଚନା ଅନୁଯାୟୀ ଅଭିଯୋଗ କାରିଣୀ ଅନ୍ତେବାସୀନି ତୁଷରା ଅଞ୍ଚଳ ହୋଇଥିବା ଓ ଯିଏ ପାରିବାରିକ କଳହକୁ ନେଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଦୀର୍ଘଦିନ ହେବ ପୋଲିସର ଦ୍ୱାରସ୍ତ ହୋଇଥିଲେ। ଥାନା ରେ ଉପଯୁକ୍ତ ନ୍ୟାୟ ନ ମିଳିବା ଓ ଅପରପକ୍ଷ ଠାରୁ ଅର୍ଥ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରି କି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ଉକ୍ତ ମହିଳାଙ୍କୁ ଅପରାଧିକ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ ହୋଇ ଜେଲ ଯାଇଥିଲେ। ସେ ଜେଲ ଯିବା ପରେ ଏକ ଆର୍ଥିକ ଠକେଇ ମାମଲା ରେ ଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ସହ ଚିହ୍ନା ପରିଚୟ ହେବା ଓ ଦିନେ ସୁଯୋଗ ପାଇ ଜୋର ଜବଲଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଓ ପରେ ବିବାହ ପ୍ରଲୋଭନ ଦେଖାଇ ବରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି।

ପରେ ଉକ୍ତ ବ୍ୟକ୍ତି କୌଣସି କାରଣରୁ ବିବାହ ହେବାକୁ ମନା କରି ଦେଇଥିଲେ, ଏ ନେଇ ସେ ଥାନାରେ ଅଭିଯୋଗ କରିବା ଜେଲ କର୍ତ୍ତୃପକ୍ଷଙ୍କୁ କହିବା ଓ ସେମାନେ ବାରଣ କରିବା ଯୋଗୁଁ ଜେଲରେ ସେ ଅନଶନ କରିବା ଧମକ ଦେବାରୁ ପରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ ପାଇଁ ରାଜିହୋଇଥିଲେ। ଜେଲ ଭିତରେ ଏପରି ଘଟଣା ଘଟିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେବ ସେ ନେଇ ସମସ୍ତ ଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.