Home କେନ୍ଦ୍ରାପଡ଼ା ଦୁହୁରିଆ ବଜାର କମିଟି କର୍ମକର୍ତ୍ତାଙ୍କ ଗଣ୍ଡଗୋଳକୁ ନେଇ ୨ ଗିରଫ

ଦୁହୁରିଆ ବଜାର କମିଟି କର୍ମକର୍ତ୍ତାଙ୍କ ଗଣ୍ଡଗୋଳକୁ ନେଇ ୨ ଗିରଫ

27

କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଦୁହୁରିଆ ବଜାର କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷରୁ ଅଭିଯୋଗକୁ ଭିତ୍ତିକରି ୨ଟି ମାମଲା ସଦର ଥାନାରେ ରୁଜୁ ହୋଇଥିବା ବେଳେ ପୂର୍ବରୁ ଜଣଙ୍କୁ ଗିରପ କରାଯାଇଥିଲା। ଆଜି ସେହି ଘଟଣାରେ ଅନ୍ୟ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଥାନା କେଶ ନମ୍ବର – ୫୮/୨୦୨୧ରେ ଆଇପିସିର ୩୪୧, ୨୯୪, ୩୨୩, ୩୮୫, ୫୦୬ ଓ ୩୪ଦଫାରେ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟପକ୍ଷର ଅଭିଯୋଗ କ୍ରମେ ଥାନା କେଶ ନମ୍ବର ୫୯/୨୦୨୧ରେ ଆଇପିସିର ଧାରା ୧୪୭, ୧୪୮, ୩୨୩, ୩୮୫, ୧୪୯ରେ ମାମଲା ରୁଜୁ କରାଯାଇଛି। ସଦର ଥାନା ଅନ୍ତର୍ଗତ ମରଡପୁର ଗ୍ରାମର ଅଭିଯୁକ୍ତ ଗଦାଧର ସାହୁଙ୍କ ପୁଅ କ୍ଷେତ୍ରବାସୀ ସାହୁଙ୍କୁ ପୂର୍ବରୁ ଗିରଫ କରାଯାଇ ଥିବା ବେଳେ ଆଜି ସେହି ଗ୍ରାମର ଧନେଶ୍ୱର ସାହୁଙ୍କ ପୁଅ ଅନନ୍ତ କୁମାର ସାହୁ ଓ ସନାତନ ସାହୁଙ୍କ ପୁଅ ସୈାମ୍ୟରଞ୍ଜନ ସାହୁଙ୍କୁ ଗିରଫ କରାଯାଇଥିଲା। ଉଭୟ ପକ୍ଷରୁ ଗିରଫ କରାଯାଇଥିବା ୩ଜଣ ଅଭିଯୁକ୍ତଙ୍କୁ ୪୧ସିରେ ଜାମିନ ପ୍ରଦାନ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.