Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗ

ଭିନ୍ନକ୍ଷମ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗ

55

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଗୋପିନାଥପୁର ପଞ୍ଚାୟତ ସାନସନ୍ଦାଡ଼ୋ ଠାରେ ଏକ ଭିନ୍ନକ୍ଷମ ମାନସିକ ବିଧବା ମହିଳା (୪୫)ଙ୍କୁ ସେହି ଗ୍ରାମର ଘୁଙ୍ଗା ଯେନା ଦୁର୍ଷ୍କମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନାମୂଳେ ବିଧବା ମହିଳା ଜଣକଙ୍କ ଘର ବର୍ତ୍ତନା ପଞ୍ଚାୟତ ଉଦୟପୁର ଗ୍ରାମରେ । ସେ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ହେତୁ ପରିବାର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲେ । ସେ ଉଦୟପୁର ସ୍କୁଲରେ ଖିଆପିଆ କରିବା ସହିତ ଏକ ଭଙ୍ଗା ପହ୍ଲାରେ କାଳାତିପାତ କରୁଥିଲେ । କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଭୋକ ବିକଳରେ ସେ ସନ୍ଧ୍ୟା ସମୟରେ ନିକଟସ୍ଥ ସାନସନ୍ଦାଡ଼ୋ ସଂର୍ପକୀୟଙ୍କ ଘରକୁ ଯାଉଥିଲେ । ଏକାକୀ ଥିବାର ସୁଯୋଗରେ ସନ୍ଦାଡ଼ୋର ଘୁଙ୍ଗା ଯେନା ତାକୁ ଉଠାଇ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ରାତିସାରା ଦୁର୍ଷ୍କମ କରିଥିଲା । ସକାଳେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ସଂପୃକ୍ତ ମହିଳାଙ୍କୁ ଦେଖି ଗ୍ରାମଲୋକେ ଆଗରପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସିତ କରାଇଥିଲେ । ଖବର ପାଇ ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତୀ କେରେଇ ଡ଼ାକ୍ତରଖାନାରେ ସଂପୃକ୍ତ ମହିଳାଙ୍କୁ ଭେଟି ବିବରଣୀ ସଂଗ୍ରହ କରିଥିଲେ । ଏନେଇ ଆଗରପଡ଼ା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଆସାମୀକୁ ଧରିବାକୁ ଜାଲ ବିଛା ଯାଇଛି ବୋଲି ଥାନା ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.