Home କେନ୍ଦୁଝର ଆନ୍ତର୍ଜାତିକ ମହିଳା ଦିବସରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଆନ୍ତର୍ଜାତିକ ମହିଳା ଦିବସରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

13

ହାଟଡିହି-୮/୩/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ପରିସରରେ ଓଡିଶା ମୋ ପରିବାର ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ରାଜ୍ୟ ଯୁବଛାତ୍ର ବିଜେଡିର ସମ୍ପାଦକ ଅମରେନ୍ଦ୍ର ଧଳ, ଜିଲ୍ଲା ଯୁବ ବିଜେଡି ସଭାପିତି ରାକେଶ ରାମ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଚିତ୍ତରଞ୍ଜନ ପାତ୍ର, ବରିଷ୍ଠ ବିଜେଡି ନେତା ବିଜୟ ରାଉତ ପ୍ରମୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଚିନ୍ମୟ ନାୟକ ଓ ଚିତ୍ତରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରିରୁ ମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ରବିନ୍ଦ୍ର କୁମାର ନାୟକ, ସୁଧାକର ଓଝା, ମନୋଜ ମହାନ୍ତି, ଗୌରାଙ୍ଗ ରଣା, ବିଜୟ ମଲ୍ଲିକ, ଜିତେନ୍ଦ୍ର ଜେନା, ପ୍ରଦୀପ ଜେନା, ମାନସ ପାତ୍ର, ଭଗବାନ ପହି ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଆନନ୍ଦପୁର ବ୍ଲଡବ୍ୟାଙ୍କର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲଟି ସୁଦର୍ଶନ ବେହେରା, ବସନ୍ତ ନାୟକ, ଷ୍ଟାଫ ନର୍ସ ସ୍ୱାଗତୀକା ମହାନ୍ତ, ସ୍ୱାସ୍ଥ୍ୟମିତ୍ର ସହାୟିକା ଶୁଭଶ୍ରୀ ସାହୁ, କର୍ମଚାରୀ ଅଶୋକ ସୁର, ଆଟେଣ୍ଡାଣ୍ଟ ଗାନ୍ଧୀ ମୁଖି ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.