Home ଓଡ଼ିଶା ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର, ରାସ୍ତା ନଥିବାରୁ ଖଟରେ ବୁହାହେଲେ ଗୁରୁତର

ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର, ରାସ୍ତା ନଥିବାରୁ ଖଟରେ ବୁହାହେଲେ ଗୁରୁତର

95

କେନ୍ଦୁଝର,ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଖାଡ଼ିଆଡିହା ଗାଁ ନିକଟରେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡିଛି । ସେହି ଗାଁର ମଦନ ନାଏକ ଓ ସ୍ତ୍ରୀ ରାଣୀ ନାଏକ ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ କାରଣରୁ ଗାଁ ଲୋକ ଓ ୧୦୮ କର୍ମଚାରୀ ଉକ୍ତ ଦୁଇ ଗୁରୁତରଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.