Home ଓଡ଼ିଶା ଘରର କାନ୍ଥ ପଡି ମହିଳା ଗୁରୁତର

ଘରର କାନ୍ଥ ପଡି ମହିଳା ଗୁରୁତର

79

ଘଟଗାଁ, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ବଡଜାମୁପଶି ଗ୍ରାମରେ ଘରର କାନ୍ଥ ପଡି ଜଣେ ମହିଳା ଗୁରୁତର ଆହତ ହୋଇ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମହିଳା ଜଣଙ୍କ ସୁରୁ ମୁଣ୍ଡା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଥିଲା । ବଡ଼ଜାମୁପଶି ଗ୍ରାମର ସୁରୁ ମୁଣ୍ଡା ଓ ଝିଅ ଘରେ ଶୋଇଥିବା ବେଳ ଆଜି ସକାଳ ସମୟରେ ସୁରୁମୁଣ୍ଡାଙ୍କ ଉପରେ ଘର କାନ୍ଥ ପଡିଯିବାରୁ ତାଙ୍କ ଅଣ୍ଟାରେ ଗଭୀର ଆଘାତ ହୋଇଥିଲା, ଯାହାକୁ ନେଇ ସେ ଗୁରୁତର ହୋଇପଡ଼ିଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.