Home ଓଡ଼ିଶା ସମସ୍ୟା ଘେରରେ ରଣପୁର ଏନ୍‌.ଏ.ସି ୬ନଂ ୱାର୍ଡ

ସମସ୍ୟା ଘେରରେ ରଣପୁର ଏନ୍‌.ଏ.ସି ୬ନଂ ୱାର୍ଡ

65

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୮-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ଘୋଷଣା ହେବାର ୬ବର୍ଷ ବିତିବାକୁ ବସିଥିଲା ବେଳେ ଅନେକ ସମସ୍ୟା ଦେଇ ରଣପୁର ଗତି କରୁଛି । ସମସ୍ୟା ସୁଧାରିବା ପାଇଁ କେଉଁଠି ପ୍ରଶାସନିକ ଅବହେଳା ତ ଆଉ କେଉଁଠି ଜନସାଧାରଣଙ୍କ ଅସହଯୋଗ । ଅନେକ ଉନ୍ନତି ମୁଳକ କାର୍ଯ୍ୟପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲେ ମଧ୍ୟ ବାଦ ବିବାଦ ଯୋଗୁଁ  ଉନ୍ନତି ମୁଳକ କାର୍ଯ୍ୟ ଅଟକି ରହିଛି । କାର୍ଯ୍ୟନିର୍ବାହୀ ଅଧରକାରୀ ଭାବେ ତାପସ ବି.ସି ଯୋଗ ଦେବାପରେ ଉନ୍ନତି ମୁଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଅନେକ ସମସ୍ୟା ଏବେବି ରହିଛି । ସେହିଭଳି ଏକ ସମସ୍ୟା ହେଉଛି ଏନ୍‌.ଏ.ସି ର ୬ନଂ ୱାର୍ଡ ସୁଆଁସିଆ ସାହିରେ । ସାହି ମଧ୍ୟରେ କିଛି ଯାଗା କଙ୍କ୍ରିଟ୍ ରୋଡ୍ ହୋଇନାହିଁ କି ଡ୍ରେନ୍ ମଧ୍ୟ ହୋଇନାହିଁ । ଏହି ସମସ୍ୟା ଯୋଗୁଁ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି । ଲଗାଣ ବର୍ଷା କଥା ନକହିବା ଭଲ । ଏହି ରାସ୍ତା ଦେଇ ନେଳିଆ ପ୍ରାଥମିକ ବିଦ୍ୟାଳୟକୁ ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଯାଇଥାନ୍ତି । ଆଉମଧ୍ୟ ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତିଦିନ ବାବା ଚଣ୍ଡେଶ୍ୱର ମନ୍ଦିରକୁ ଯାଇଥାନ୍ତି । ଅନେକ ସମସ୍ୟା ଦେଇ ଗତି କରୁଥିଲା ବେଳେ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ଏନ୍‌.ଏ.ସି କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରି ଚାଲିଛନ୍ତି ।

ଏ ସମ୍ପର୍କେ ଏନ୍‌.ଏ.ସି ର କାର୍ଯ୍ୟରତ ଯନ୍ତ୍ରୀ ସୁର୍ଯ୍ୟନାରାୟଣ ମଣ୍ଡଳଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସମ୍ପୃକ୍ତ ଅଚଂଳ କଙ୍କ୍ରିଟ୍ ରୋଡ୍ ହେବାପାଇଁ ଟେଣ୍ଡରକୁ ଯାଇ ନଥିଲା ତେଣୁ କଙ୍କ୍ରିଟ୍ ରାସ୍ତା ହୋଇନାହିଁ । ଡ୍ରେନ୍ ମଧ୍ୟ ହୋଇ ନଥିବାରୁ ଜମା ହୋଇଥିବା ପାଣି କିପରି ନିଷ୍କାସନ ହେବ ସେଥିପାଇଁ ଚେଷ୍ଟା ଚାଲିଛି । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବି.ସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେହି ଅଂଚଳରେ କଙ୍କ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ପୁର୍ବରୁ ବାଦାନୁବାଦ ଲାଗି ରହିଥିଲା । ସେହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଛି । କଙ୍କ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାନ ହେଲେ ସମସ୍ୟାର ସମାଧାନ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.