Home ଜିଲ୍ଲା ପରିକ୍ରମା ଭାଜପା କର୍ମୀ ବିଜେଡିରେ ସାମିଲ

ଭାଜପା କର୍ମୀ ବିଜେଡିରେ ସାମିଲ

101

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର କେତେକ ଭାଜପା କର୍ମୀ ବିଜେଡିରେ ସାମିଲ ହୋଇଥିବାର ଜଣାପଡିଛି । ଏହି ଅବସରରେ ବିଜେଡି ନେତା ଭାବଗ୍ରାହୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ସରପଞ୍ଚ ପ୍ରତିନିଧି ଯତିନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ, ପ୍ରବୀର ନାୟକ ଓ ଅନନ୍ତ ନାୟକ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିବାବେଳେ ନବୀନ ସରକାର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ସକ୍ଷମ ହୋଇପାରିଛି ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ସୁଶାନ୍ତ ନାୟକ, ଚନ୍ଦ୍ରମଣି ସାହାଣୀ, ମହେଶ୍ୱର ପରିଡା, କିଶୋର ରାଉତ, ବିରେନ୍ଦ୍ର ନାୟକ, ବନମାଳୀ ପୁହାଣ, କୁଳମଣି ସାହାଣୀ, ନିତ୍ୟାନନ୍ଦ ପୁହାଣ, ଦେବେନ୍ଦ୍ର ନାୟକ, ପ୍ରଭାତ ବିଶ୍ୱାଳ, କୁଳମଣି ନାୟକ, ନୀଳମଣି ସାହାଣୀ ଓ ଭାଗବତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ କଷଟି ଗ୍ରାମର ଭରତ ଚନ୍ଦ୍ର ସାହାଣୀ, ପ୍ରଫୁଲ୍ଲ ବିଶ୍ୱାଳ, ପ୍ରଭାତ ସ୍ୱାଇଁ , ପ୍ରକାଶ ନାୟକ, ଅରୁଣ ବାରିକ, ଗୋପାଳ ସାହାଣୀ, ଗିରିଧାରୀ ପୁହାଣ ଓ ଶମ୍ଭୁନାଥ ପୁହାଣ ପ୍ରମୁଖ ଭାଜପା ଦଳ ଛାଡି ବିଜେଡିରେ ଯୋଗ ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.