Home ଜିଲ୍ଲା ପରିକ୍ରମା ବାହାବଳପୁର ଏଡତାଳ ପୋଲ ନିର୍ମାଣ ସମସ୍ୟାର ସମାଧାନ କଲା ପ୍ରଶାସନ

ବାହାବଳପୁର ଏଡତାଳ ପୋଲ ନିର୍ମାଣ ସମସ୍ୟାର ସମାଧାନ କଲା ପ୍ରଶାସନ

35

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ବାହାବଳପୁର ପଂଚାୟତ ଅଧୀନସ୍ଥ ଏଡତାଳ ଯୋରରେ ପୋଲ ନିର୍ମାଣ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଜିଲା ପ୍ରଶାସନ କରିଥିବାର ଜଣାପଡିଛି । ଏହି ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଟେଣ୍ଡର ଶେଷ ହୋଇଥିଲେ ମଧ୍ୟ ସ୍ଥାନୀୟ କେତେକ ବ୍ୟକ୍ତି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ତାହା ଆରମ୍ଭ ହୋଇପାରୁନାହିଁ । ଯାହାଫଳରେ ସରକାରୀ ଅର୍ଥ ପଡିରହିଥିବାବେଳେ ପୋଲ ନିର୍ମାଣର ଉଦ୍ଦେଶ୍ୟ ପୂରଣ ହେବାରେ ବିଳମ୍ବ ହେଉଛି । ଏହି ପୋଲ ନିର୍ମାଣ ହେଲେ ତିହିଡି ବ୍ଲକ୍‌ରୁ ବାସୁଦେବପୁର ବ୍ଲକ୍ ଭାୟା ବାଲିମେଦ ଧାମରାକୁ ଯୋଗାଯୋଗ ହୋଇପାରିବ । ଫଳରେ ଖୁବ୍ କମ୍ ସମୟ ଓ କମ୍ ଖର୍ଚ୍ଚରେ ଲୋକମାନେ ବାସୁଦେବପୁର ଓ ଧାମରାକୁ ଯାତାୟତ କରିପାରିବେ । ମାତ୍ର ପୋଲ ନିର୍ମାଣ ସ୍ଥାନ ନିକଟରେ ଲକ୍ଷ୍ମୀଧର ବାରିକ ନାମକ ଜଣେ ବ୍ୟକ୍ତିର ଘରୋଇ ଜମି ଥିବାରୁ ସେ କ୍ଷତିପୂରଣ ନପାଇଲେ ଜମି ଛାଡିବେ ନାହିଁ ବୋଲି କହିଥିବାବେଳେ ଅନ୍ୟ କେତେକ ସ୍ଥାନୀୟ ଲୋକ ପୋଲର ଆପ୍ରୋଚ ରୋଡ୍ ଅନ୍ୟତ୍ର ନେବାକୁ ଦାବି କରି ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଥିଲେ । ଯେଉଁଥିପାଇଁ ଏହି ପୋଲ ନିର୍ମାଣ ହୋଇପାରୁନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଦିନ ଅତିରିକ୍ତ ଜିଲାପାଳ (ରାଜସ୍ୱ), ଉପଜିଲାପାଳ ପୀତାମ୍ବର ସାମଲ, ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଖଟୁଆ, ଏସ୍‌ଡିଓ ନିର୍ମଳ ଚନ୍ଦ୍ର ଜେନା, ତିହିଡି ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ବାହାବଳପୁର ପଂଚାୟତ ସରପଞ୍ଚ ବିପିନ୍ ବେହେରା, କଣ୍ଟ୍ରାକ୍ଟର ରମେଶ ବିଶ୍ୱାଳ, ସମିତି ସଭ୍ୟଙ୍କ ପ୍ରତିନିଧି ସୁଧାଂଶୁ ଦାସ, ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା ପ୍ରମୁଖ ଏଡତାଳରେ ପହଞ୍ôଚ ଘରୋଇ ଜମି ମାଲିକଙ୍କ ସହ ଆଲୋଚନା କରିଥିଲେ । ଜମି ମାଲିକ ଶ୍ରୀ ବାରିକ କ୍ଷତିପୂରଣ ପାଇବା ପରେ ଜମି ଛାଡିବେ ବୋଲି କହିଥିଲେ । ମାପକରି ଯଥାଶୀଘ୍ର ଘରୋଇ ଜମି ଚିହ୍ନଟ କରାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ଷତିପୂରଣ ଦେବାକୁ ଉପଜିଲାପାଳ ଶ୍ରୀ ସାମଲ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲର ଟେଣ୍ଡର ପୂର୍ବରୁ ଘରୋଇ ଜମି ଅଧିଗ୍ରହଣ କରାଯାଇନାହିଁ । ଯାହାଫଳରେ ଜମି ମାଲିକ ପୋଲ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ସୁଯୋଗ ପାଇଛନ୍ତି । ଯେଉଁଥିପାଇଁ ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି । ଦୀର୍ଘଦିନ ଧରି ପୋଲ ନିର୍ମାଣ କରିବାକୁ ସାମଗ୍ରୀ ରଖିଥିଲେ ମଧ୍ୟ ଜମି ଅଧିଗ୍ରହଣ କରାଯିବା ପରେ ଟେଣ୍ଡର କରାଯାଇଥିଲେ ଏପରି ସମସ୍ୟା ଉପୁଜିନଥାନ୍ତା ବୋଲି କୁହାଯାଇଛି । ଏହାପରେ ମାଟିଆସାହି ପୋଲର ଆପ୍ରୋଚ ରୋଡ୍‌କୁ ତୁରନ୍ତ ଯାତାୟତ ଉପଯୋଗୀ କରିବାକୁ ଉପଜିଲାପାଳ ଶ୍ରୀ ସାମଲ ବିଭାଗୀୟ ଅଧିକାରୀ ଠିକାଦାରମାନଙ୍କୁ କହିଥିଲେ । ଏଥିସହ ଶଙ୍କରପୁର ପୋଲ ନିର୍ମାଣ କାର୍ଯ୍ୟ ଯେତେଶୀଘ୍ର ଶେଷ କରି କାର୍ଯ୍ୟକ୍ଷମ କରାଇବା ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଓ ଉପଜିଲାପାଳ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.