Home ଜିଲ୍ଲା ପରିକ୍ରମା ଭଦ୍ରକ ବନ୍ତଛକ ନିକଟରେ ଅଗ୍ନିକାଣ୍ଡ, ବିପଦରୁ ରକ୍ଷା ପାଇଗଲା ପେଟ୍ରୋଲ ପମ୍ପ

ଭଦ୍ରକ ବନ୍ତଛକ ନିକଟରେ ଅଗ୍ନିକାଣ୍ଡ, ବିପଦରୁ ରକ୍ଷା ପାଇଗଲା ପେଟ୍ରୋଲ ପମ୍ପ

12

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବନ୍ତଛକ ନିକଟ ତେଜା ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗୁମୁଟି ଦୋକାନ ଘର ଓ କାର୍ଟୁନ ଗଦା ପୋଡି ପାଉଁଶ ହୋଇଛି । ତେବେ ଦମକଳବାହିନୀ ଆସି ଉକ୍ତ ନିଆଁକୁ ଆୟତ୍ତ କରିବାରୁ ଏହା ସମ୍ମୁଖରେ ଥିବା ତେଜା ପେଟ୍ରୋଲ ପମ୍ପ ଅଳ୍ପକେ ରକ୍ଷା ପାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ତେଜା ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଟି ଓଲ୍‌ଡିଂ ଦୋକାନ ଓ ଏକ କାର୍ଟୁନ ଗୋଦାମ ରହିଛି । ପ୍ରତ୍ୟେକଦର୍ଶୀଙ୍କ କହିବା ମୂଳେ ଏହି ଦୋକାନ ଘର ଉପରେ ୩୩ କେଭି ଇଲେକ୍ଟ୍ରି ଲାଇନ୍ ଯାଇଥିବାବେଳେ ଆଜି ସନ୍ଧ୍ୟାରେ ସେଥିରେ ଫାୟାର ହୋଇ ନିଆଁ ଖସିବା ଫଳରେ ତଳେ ଥିବା କାର୍ଟୁନ ଗଦାରେ ନିଆଁ ଲାଗିଯାଇଥିଲା । ଏହାପରେ ଉକ୍ତ ନିଆଁ ପାଖରେ ଥିବା ଦୁଇଟି ଗୁମୁଟିକୁ ବ୍ୟାପିଥିଲା । ଏହି ନିଆଁର ପ୍ରକୋପ ଏତେ ଥିଲା ଯେ ପାଖକୁ ଯାଇ ତାହା ଆୟତ୍ତ କରିବାକୁ ଲୋକେ ଭୟ କରିଥିଲେ । ତେବେ ଖବର ପାଇ ଉଚିତ୍ ସମୟରେ ଦମକଳ ବାହିନୀ ପହଞ୍ôଚ ଉକ୍ତ ନିଆଁକୁ ଆୟତ୍ତ କରିବାରୁ ପେଟ୍ରୋଲ ପମ୍ପ ଜଳିଯିବା ଭଳି ଏକ ବଡ ବିପଦରୁ ଉକ୍ତ ଅଂଚଳ ରକ୍ଷା ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.